Breaking News

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ଅମଲା ସଂଘ


ଭଞ୍ଜନଗର, ----.  ଗତ ଅଗଷ୍ଟ ୧୧ ତାରିଖରୁ ଓଡ଼ିଶା
ରାଜସ୍ବ ଅମଲା ସଂଘ ପକ୍ଷରୁ ୯ ଦଫା ଦାବି ନେଇ ସମୂହ ଛୁଟିରେ ଅଛନ୍ତି ପ୍ରାୟ ୧୦ ହଜାର ଅମଲା । ରାଜ୍ୟ ସଂଘର ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି ଆନ୍ଦୋଳନ ଚାଲିଛି ।  ଜିଲ୍ଲାର ବିଭିନ୍ନ ସ୍ଥାନରୁ ୬ଶହରୁ ଅଧିକ ରାଜସ୍ବ ଅମଲା କର୍ମଚାରୀ ପ୍ରବଳ ବର୍ଷାକୁ ଖାତିର ନ କରି ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି।ସରକାର ସେମାନଙ୍କ ଦାବି ନ ଶୁଣିଲେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣା ଦେବାକୁ ନିଷ୍ପତି ନେଇଛି ଅମଲା ସଂଘ। ସେମାନଙ୍କ ଦାବି ମଧ୍ୟରେ ମୂଳ ଦରମା ଓଆରଏସ ପି- ୨୦୧୭ ନିୟମ ଅନୁଯାୟି ଲେବେଲ - ୯ ବୃଦ୍ଧି କରିବା, ନୂତନ ପଦ ସୃଷ୍ଟି ଓ ପଦବୀ ପୁନର୍ଗଠନ, ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ବୀମା ଲାଗୁ କରିବା,ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣେ ସଦସ୍ୟକୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି, ଓଡ଼ିଶା ରାଜସ୍ବ ସେବା ପଦ୍ଧତିରେ ରାଜସ୍ବ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି, ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସମେତ ଅନ୍ୟାନ୍ୟ ଦାବି ନେଇ ଏହି ଆନ୍ଦୋଳନ ଚାଲିଛି। ଯେତେଦିନ ପର୍ଯ୍ୟନ୍ତ ସରକାର ଏସବୁ ଦାବି ମାନି ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅମଲା ମାନଙ୍କ ଆନ୍ଦୋଳନ ଯୋଗୁଁ ରାଜସ୍ୱ କାର୍ଯ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଛି। ଯାହା ଫଳରେ ବହୁ ସାଧାରଣ ଲୋକେ ହଇରାଣ କରକତ ହେଉଛନ୍ତି।ଏଥିପାଇଁ ସରକାର ଓ ରାଜସ୍ୱ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ଅମଲା ସଂଘ।ଏଥିରେ ଓଡ଼ିଶା ରାଜସ୍ବ ଅମଲା ସଂଘ ଗଞ୍ଜାମ ଜିଲା ସଭାପତି ପିଏସ୍. ରଜନୀକାନ୍ତ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବେହେରା, ସାଙ୍ଗଠନିକ ସମ୍ପାଦକ ସୁରେଶ ରେଡ୍ଡୀ, ରାମକୃଷ୍ଣ ମହାନ୍ତି, ଡି. ଦିଲେଶ୍ଵର ରେଡ୍ଡୀଙ୍କ ସମେତ ଭଞ୍ଜନଗର ଉପଖଣ୍ଡର ସମସ୍ତ ଅମଲା ସହଯୋଗ କରିଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୯/୮/୨୦୨୫----୯,୨୫ Sakhigopal News,19/8/2025

Blog Archive

Popular Posts