Breaking News

ହିନ୍ଦୀ ପୁସ୍ତକ ଉନ୍ମୋଚିତ


କଣାସ--- ଶିଶୁ ସାହିତ୍ୟ ଭିତ୍ତିକ ହିନ୍ଦୀ ପୁସ୍ତକ \"ପଶୁପକ୍ଷୀ ବଚୋ କା ନାଟକ’ ଉନ୍ମୋଚିତ  ହୋଇଯାଇଛି । ଓଡ଼ିଶାର ଆଠଟି ଜିଲ୍ଲାରୁ ୫୦ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ସରକାରୀ ପରିଦର୍ଶନରେ ବାଙ୍ଗଲୋରସ୍ଥିତ ଆଜମି ପ୍ରେମଜି ବିଶ୍ଵବିଦ୍ୟାଳୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି ।ଏହି ଅବସରରେ ଦୋଛିଆଁ ସଂଯୁକ୍ତ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସେଠୀଙ୍କ ଲିଖିତ ହିନ୍ଦୀ ପୁସ୍ତକକୁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ହିମାଂଶୁ ଉପାଧ୍ୟାୟ ଉନ୍ମୋଚନ କରିଥିଲେ ।ପ୍ରଫେସର ବିକାଶ ରାୟ, ଆହାନା ଚାଟାର୍ଜୀ ତଥା ଓଡ଼ିଶାର ଶିକ୍ଷକ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ ଶ୍ରୀ ସେଠୀଙ୍କର  ୧୬ଟି ପୁସ୍ତକ ପ୍ରକାଶିତ ହୋଇଛି । ୟୁଟ୍ୟୁବରେ ୪୮୩ଟି ଗୀତ ପ୍ରକାଶ ପାଇଛି ।

କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୧୭/୮/୨୦୨୫—୯,୩୦   Sakhigopal News, 17/8/2025


Blog Archive

Popular Posts