ବ୍ୟବସାୟୀଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
Tribute meetings are held in the afterlife of the businessmen
ଜଟଣୀ--ସ୍ଥାନୀୟ ପୋଷ୍ଟ ଅଫିସ ଛକର ବିଶିଷ୍ଟ ବ୍ୟବସାୟୀ ବୁଦ୍ଧିରାମ ଅଗ୍ରୱାଲଙ୍କ ପରଲୋକ ଘଟିଯାଇଥିଲା । ତେଣୁ ସ୍ବର୍ଗତ ଅଗ୍ରୱାଲଙ୍କ ପାଇଁ ଜଟଣୀ ପୋଷ୍ଟ ଅଫିସ ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନବଜାର ବନ୍ଦ ରଖାଯାଇଥିଲା । ଆଜି ସନ୍ଧ୍ୟାରେ ପୋଷ୍ଟ ଅଫିସ ବ୍ୟବସାୟୀ ସଂଘ ପକ୍ଷରୁ ''ମୋ ଜଟଣୀ ' ଠାରେ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରୁ ପୋଷ୍ଟ ଅଫିସ ବ୍ୟବସାୟୀ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟ ସ୍ବର୍ଗତ ବୁଦ୍ଧିରାମ ଅଗ୍ରୱାଲଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥଲେ । ବ୍ୟବସାୟୀ ସଂଘର ସମ୍ପାଦକ ମାନସ କୁମାର ମିଶ୍ରଙ୍କ ଅଧକ୍ଷତାରେ ସ୍ବର୍ଗତ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପାର୍ଥନା ଅନୁଷ୍ଠିତ ହୋଇଥିଲା । ସେ ଜଣେ ମିଷ୍ଟଭାସି ଏବଂ ପରଉପକାରୀ ମଣିଷ ଥଲେ । ସମାଜସେବୀ କ୍ଷେତ୍ରରେ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି । ତାଙ୍କରି ମୁର୍ତ୍ୟୁରେ ବ୍ୟବସାୟୀ ମହଲରେ ଶୋକର ଛାୟା ଖେଳିଯାଇଛି । ବ୍ୟବସାୟୀ ମାନଙ୍କ ମଧ୍ୟରୁ ନିମାଇ ଚରଣ ଦାଶ, ମନୋରଞ୍ଜନ ଦାଶ, ଧିରେନ ପ୍ରତିହାରୀ, ଜୁନ୍ନ ଫିକର ଅଲ୍ଲୀ, ବିନୟକୁମାର ସାହୁ, ପ୍ରକାଶ ପଣ୍ଡା ପ୍ରମ୍ମୁଖ ଉପସ୍ଥିତ ରହି ସ୍ବର୍ଗତ ବୁଦ୍ଧିରାମ ଅଗ୍ରୱାଲଙ୍କ ସ୍ମୃତି ଚାରଣ କରିଥିଲେ।

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୪/୨୦୨୨----- ୧୦,୨୦ Sakhigopal News,1/4/2022