ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମରେ ହୀନ ରାଜନୀତି ; କ୍ଷୋଭ ପ୍ରକାଶ କଲେ ଯୁବ ସାହିତ୍ୟିକ
Non-politics in the Sahitya Akademi program; Young writers were outraged.
ନୟାଗଡ଼---- ନୟାଗଡ଼ ଜିଲ୍ଲାରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମ । ଏଥିରେ ବ୍ୟାପକ ତୃଟି ଏବଂ ହୀନ ରାଜନୀତି ଓ ମନମାନୀକୁ ନେଇ ଯୁବ ସାହିତ୍ୟିକ ଅନୀଲ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି । ସେ ତାଙ୍କ ଫେସବୁକ ପୁଷ୍ଠାରେ ଉଲ୍ଲେଖ କରିଛନ୍ତି କି, ଅଣସାହିତ୍ୟିକ ତଥା ରାଜନୈତିକ ଇଚ୍ଛାଶକ୍ତି ସର୍ମ୍ପନ୍ନ ବ୍ୟକ୍ତିଙ୍କୁ ସଦସ୍ୟ ଭାବେ ଏଥିରେ ଚୟନ କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଦୀର୍ଘଦିନ ଧରି ନୟାଗଡ଼ ଜିଲ୍ଲାରେ ସାହିତ୍ୟ ଏକାଡେମୀ ତରଫରୁ କୈାଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇନାହିଁ । ଏବେ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ସେଠାରେ ସାତିତ୍ୟିକ କମ ଏବଂ ଅଣସାହିତ୍ୟିକଙ୍କୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି । ଏପରିକି ଚେଲା ଚାମୁଣ୍ଡା ମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି । କାରଣ ଏମାନେ ସବୁଥିରେ ହାତ ଟେକିବା ପାଟି । ନୟାଗଡ଼ ଜିଲ୍ଲାରୁ ସାହିତ୍ୟ କ୍ଷେତ୍ରରେ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଦାଶ ବେନୁହର୍, ଜ୍ଞାନି ଦେବାଶିଷ ମିଶ୍ର, ଡ. ଭାରତ ଭୂଷଣ ରଥ, ଦେବାଶିଷ ସାମନ୍ତରାୟ, ପ୍ରକାଶ ମହାପାତ୍ର, ହାଡ଼ିବନ୍ଧୁ ମହାକୁଢ଼, ବିଶ୍ୱନାଥ ମହାପାତ୍ର, ଶୁଭ୍ରାଂଶୁ ପଣ୍ଡା, ଶୁଭ୍ରାଂଶୁ ବିଶ୍ୱାଳ, ଗୁଣନିଧି ମହାପାତ୍ରଙ୍କ ସମେତ ବହୁ ଯୁବ ଏବଂ ବରିଷ୍ଠ ସାହିତ୍ୟିକଙ୍କୁ ଅଣଦେଖା କରାଯାଇ ମନଇଚ୍ଛା ଅତିଥି ଚୟନ କରାଯାଇଛି । କେବଳ ସେତିକି ନୁହେଁ, ଜିଲ୍ଲା ସ୍ତରୀୟ ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମକୁ କେବଳ ଏକ ନିଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରଖାଯାଇଛି । ନୟାଗଡ଼ ଜିଲ୍ଲାର ୮ ଟି ବ୍ଲକ ମଧ୍ୟରୁ ଅନ୍ୟ ୭ ଟି ବ୍ଲକକୁ ଆଦୈା ଦୃଷ୍ଟି ଦିଆଯାଇନାହିଁ । ବ୍ଲକ ସ୍ତରରେ ଥିବା ଅନ୍ୟ ସାହିତ୍ୟ ସଂଗଠନର ମୁଖ୍ୟ ମାନଙ୍କ ମଧ୍ୟରୁ ମଧ୍ୟ କାହାକୁ ଅତିଥି ଭାବେ ଚୟନ କରାଯାଇନାହିଁ । କି ଗଣିଆ, ଦଶପଲ୍ଲା, ଖଣ୍ଡପଡ଼ା, ରଣପୁର, ଭାପୁର, ନୂଆଗାଁ ବ୍ଲକର କୈାଣସି ବ୍ୟକ୍ତିଙ୍କ ନାମ ନିମନ୍ତ୍ରଣ ପତ୍ରରେ ନାହିଁ । ଏହି ଅଞ୍ଚଳରେ ସେଭଳି କେହି ନାହାନ୍ତି ,ନା ଜାଣିଶୁଣି ଏହା କରାଯାଇଛି । ସାହିତ୍ୟ ଏକାଡେମୀ ନାମରେ କିଛି ନିଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆୟୋଜନ କରାଯାଇଥିବା ଏହା ଅନୁମାନ ହେଉଛି ବୋଲି ବୁଦ୍ଧିଜୀବୀ ମାନେ ସମାଲୋଚନା କରୁଥିବା ଜଣାପଡିଛି। ଏଭଳି କାର୍ଯ୍ୟକ୍ରମ ଏବଂ ସଦସ୍ୟଙ୍କ ମନମାନୀରେ କରାଯାଇଥିବା କାର୍ଯ୍ୟକୁ ଦୃଢ଼ ସମାଲୋଚନା କରିଛନ୍ତି ଶ୍ରୀ ପଣ୍ଡା । ଆବଶ୍ୟକ ପଡ଼ିଲେ କାର୍ଯ୍ୟକ୍ରମ ସମୟରେ ମଧ୍ୟ ଏହାର ଜବାବ ମଗାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଆଜି ଏଭଳି ପୋଷ୍ଟ ପରେ ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ମହଲରୁ ନିନ୍ଦା ଓ ସମାଲୋଚନା କରାଯାଇଛି । କାର୍ଯ୍ୟକ୍ରମକୁ ବାତିଲ କରି ସଠିକ ଢଙ୍ଗରେ କରିବାକୁ ଜଣସାଧାରଣରେ ଦାବି ହେଉଛି ।
ଓଡ଼ଗାଁ ରୁ ଦୀଲ୍ଳିପ କୁମାର ବିଶୋଇ ଙ୍କ ରିପୋର୍ଟ
ତା:- ୧୫/୪/୨୨ -----୫,୨୫ Sakhigopal News,15/4/2022