Breaking News

ସତ୍ୟବାଦୀରେ ବିଭିନ୍ନ ଅନୁଷ୍ଠାନ ଓ ବିଦ୍ୟାଳୟ ମାନଙ୍କରେ ଉତ୍କଳ ଦିବସ ପାଳିତ

Utkal Day is celebrated in Barkera, a government high school.


ସାକ୍ଷୀଗୋପାଳ------ଉତ୍କଳ ଦିବସ ସମାରୋହ କମିଟି ସତ୍ୟବାଦୀ ପକ୍ଷରୁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି ।  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ଅତିଥି ମାନେ ମାଲ୍ୟର୍ପଣ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଅନୁଷ୍ଠିତ ସଭାରେ ସତ୍ୟବାଦୀ ଦାଶ ସଭାପତିତ୍ୱ କରିବା ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।  ଅନୁଷ୍ଠିତ ସଭାରେ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଅଶୋକ ମିଶ୍ର, ପ୍ରଫେସର ଅଶୋକ ମହାପାତ୍ର, ପୁରୀ ଜଗନ୍ନାଥ ଆୟୁର୍ବେଦ କଲେଜର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା, ଆଇନଜୀବୀ ଗୁଣ୍ଡିଚା ବରାଳ ଉମାକାନ୍ତ ମହାପାତ୍ର, ରାମଶଙ୍କର ନନ୍ଦ, ଚିତ୍ରଶିଳ୍ପୀ ଅରୁଣ କୁମାର ପାଲୁର ଓ ସମାଜସେବୀ ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗ ଦେଇ ସତ୍ୟବାଦୀର ଉନ୍ନତି ପାଇଁ ଆଜିର ଦିନରେ ସମସ୍ତେ ଶପଥ ନେବାକୁ ଅତିଥି ମାନେ ମତ ପ୍ରକାଶ କରିଥିଲେ ।   ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ପାରା ଆଥେଲେଟିକ ଜୟନ୍ତୀ ବେହେରା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ ମିଶ୍ର, ଓ  ପ୍ରଫେସର ଅଶୋକ ମହାପାତ୍ରଙ୍କୁ ଜଗନ୍ନାଥଙ୍କ ଫଟୋଚିତ୍ର  ଓ ଉପଢ଼ୌକନ ଦେଇ ସମ୍ମର୍ଦ୍ଧିତ କରାଯାଇଥିଲା । ସେହିପରି ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ୱବଧାନରେ  ଉତ୍କଳଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ସଫେଇ କରାଯିବା ସହ ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା ।ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ବକ୍‌ୁତା, ପ୍ରବନ୍ଦ ଓ ନୃତ୍ୟୁ ପ୍ରତିଯୋଗିତା କରାଯାଇ ସଫଳତା ଲାଭ କରିଥିବା ଛାତ୍ରୀ ମାନଙ୍କୁ ସମ୍ମର୍ଦ୍ଧିତ କରାଯାଇଥିଲା । ସେହିପରି ବକୁଳବନ ପରିସରରେ ପୁରୀର  ଅଗ୍ରଣୀ ସାହିଭାଇ ସ୍ୱେଚ୍ଚାସେବୀ ଅନୁଷ୍ଠାନ ପକ୍ଷରୁ ସଫେଇ କରାଯିବା ସହ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବା ସହ ଉତ୍କଳଦିବସ ପାଳନ କରାଯାଇଥିଲା । ବକୁଳବନର ସୁରକ୍ଷା ଓ ଉନ୍ନତି ପାଇଁ  ଆଲେଚନା କରାଯାଇଥିଲା । ସେହିପରି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ବକୁଳବନ ସ୍ଥିତ ପଞ୍ଚସଖାଙ୍କ ସମାଧିପୀଠ ପରିସରରେ ଉତ୍କଳ ସମ୍ମଳନୀ ପୁରୀ ଜିଲ୍ଲା ଶାଖା ପକ୍ଷରୁ ଉତ୍କଳଦିବସ ପାଳିତ ହୋଇଯାଇଛି । ଏଥିରେ ଅତିଥିମାନଙ୍କ ଦ୍ୱାରା ସମାଧିପୀଠରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇଥିଲା । ପୁରୀ ଜିଲ୍ଲା ଶାଖା ସଭାପତି ଭୀମସେନ ମହାପାତ୍ରଙ୍କ ସଭାପତିତ୍ୱରେ କରିଥିଲେ ।   ଡେଲାଙ୍ଗ ବୋଳକଣା ଫକୀର ଚରଣ ପାଢ଼ୀଙ୍କ ଙ୍କ ଦ୍ୱାରା ରଚିତ ଜଣା ଅଜଣା ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅତିଥି ମାନଙ୍କ ମଧ୍ୟରେ ଆଇନଜୀବୀ ହୃଷିକେଷ ପାଢ଼ୀ, ଗାନ୍ଧୀ ନୀତି ପ୍ରଚାରକ ଅନାମ ମଲିକ,  ଶିକ୍ଷୟତ୍ରୀ ବିଶାଖା ଦେବୀ, ଓ ସମାଜବେସୀ ପ୍ରମୋଦ ଶତପଥି, କବି ରଶ୍ମିରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଷଲ ।ଶାଖାର ସଭାପତି ଦୀନକୃଷ୍ଣ ପ୍ରଧାନ ଧନ୍ୟବାଦ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୨---୫,୫୫   

Sakhigopal News , 1/4/2022

Blog Archive

Popular Posts