ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ ୮୭ତମ ଓଡିଶା ଦିବସ ପାଳିତ
ଭଞ୍ଜନଗର----- ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭଞ୍ଜନଗର ସଦର ମହକୁମାରେ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଶାର ବରପୁତ୍ରମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଡ଼ିଆ ଭାଷା ହିଁ ଜାତିର ଜିବନୀ ଶକ୍ତି । ଏଣୁ ଓଡ଼ିଆ ଭାଷା ପ୍ରତି ସମସ୍ତଙ୍କର ମମତା ରହିବା ଉଚିତ । ଓଡ଼ିଆ ଭାଷାକୁ ଭୁଲିଗଲେ ନିଜର ପରିଚୟ ଭୁଲିଯିବାକୁ ପଡିବ । ତେଣୁ ଓଡ଼ିଆ ଭାଷାର ଉନ୍ନତି ଓ ପ୍ରସାରର ସମୂହତତ୍ପରତା ଆବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ୟରେ ଅତିଥି ମାନେ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା କୃତ୍ତିବାସ ବିଶ୍ୱାଳ, ଅବସରପ୍ରାପ୍ତ ଅଧକ୍ଷ, କେ.ଏସ.ୟୁ.ବି ମହାବିଦ୍ୟାଳୟ, ଭଞ୍ଜନଗର ତାଙ୍କ ବକ୍ତବ୍ୟରେ ଓଡିଶା ବରପୁତ୍ରମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଅନିଲ କୁମାର ସେଠୀ, ବି.ଡ଼ି.ଓ ଆଲୋକ କୁମାର ପ୍ରଧାନ, ତହସିଲଦାର, ଭଞ୍ଜନଗର ଏବଂ ପୂର୍ବତନ ଅଧ୍ୟକ୍ଷ ପୂର୍ଣଚନ୍ଦ୍ର ତ୍ରିପାଠୀ, ଭଞ୍ଜନଗର କଲେଜ ଏବଂ ସମାଜସେବୀ ଶ୍ଶୂଳପାଣି ଶତପଥୀଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ବିଭିନ୍ନ ସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ଦେଶାତ୍ମ ସଂଗୀତ ପ୍ରତିଯୋଗୀତା ଓ ସାଧାରଣଜ୍ଞାନ ଏବଂ ତର୍କ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l
ପ୍ରାତଃ ସମୟରେ ସ୍ଥାନୀୟ ଉପଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରାଯାଇଥିଲା ଏବଂ ଓଡିଶା ବରପୁତ୍ରମାନଙ୍କ ଫଟୋ ଥାଇ ରଥ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା ।
ସଭାଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଉତ୍କଳୀୟ ସଂଗୀତ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ ଉତ୍ସବରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀଙ୍କୁ ବିଭାଗୀୟ ବରିଷ୍ଠ କର୍ମଚାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର ଓ ତାରିଣୀ ସାହୁ ସହଯୋଗ କରିଥିଲେ l ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୪/୨୦୨୨----୭,୫୫ Sakhigopal News,1/4/2022
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୪/୨୦୨୨----୭,୫୫ Sakhigopal News,1/4/2022