ଶିକ୍ଷକଙ୍କ ବଦଳି ବାତିଲ ଦାବୀରେ , ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଲେ , ଛାତ୍ର ଛାତ୍ରୀ ଓ ଅଭିଭାବକ
Students and parents protested by locking the school gates, demanding the cancellation of the teacher's transfer.
ଭଞ୍ଜନଗର---- କାର୍ଯ୍ୟରତ ଶିକ୍ଷକଙ୍କ ବଦଳି ବାତିଲ କରିବା ଦାବୀରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ର ଛାତ୍ରୀ ଓ ଅଭିଭାବକ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଲୁଦୁଲୁଦି ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ଅଭିଯୋଗ ପ୍ରକାରେ ଏହି ବିଦ୍ୟାଳୟର ଶିକ୍ଷକ କେଦାର ନାୟକ ନାମକ ଜନୈକ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତେବେ ସଂପୃକ୍ତ ଶିକ୍ଷକଙ୍କ ବଦଳିରେ କୈାଣସି ଯଥାର୍ଥତା ନଥିବା ଦର୍ଶାଇ ତାଙ୍କର ବଦଳି ବାତିଲ କରିବାକୁ ଦାବି କରିଆସୁଥିଲେ ସ୍ଥାନୀୟ ଅଭିଭାବକ । ଏ ଦିଗରେ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ । ଏହାକୁ ସମର୍ଥନ ଜଣାଇଥିଲେ ଅଭିଭାବକ ମାନେ । ଏପରି କି ସ୍କୁଲ ର ଅନ୍ୟ ଶିକ୍ଷକଙ୍କୁ ମଧ୍ୟ ସ୍କୁଲ ଭିତରକୁ ଛାଡିନଥିଲେ । ଦୀର୍ଘ ସମୟ ପରେ ସ୍ଥାନୀୟ ସିଆରସିସି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଛାତ୍ର ଛାତ୍ରୀ ମାନେ ଧାରଣା ରୁ ହଟିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସଂପୃକ୍ତ ଶିକ୍ଷକଙ୍କ ବଦଳି ବାତିଲ ନହେଲେ ପୁଣି ଧାରଣା ଦିଆଯିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉକି ଗତ କୋଭିଡ୍ କଟକଣା ସମୟରୁ ଅଦ୍ୟାବଧି , ସ୍କୁଲ ପିଲାଙ୍କ ପାଠପଢା ସ୍ବଭାବିକ ଅବସ୍ଥାକୁ ଫେରିପାରି ନାହିଁ । ଚଳିତ ତୃତୀୟ ସଂକ୍ରମଣ ରୋକିବାକୁ ଦୃଷ୍ଟିରେ ରଖି ସରକାର ଙ୍କ ପକ୍ଷରୁ ପୁଣି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତି ସ୍ଥଗିତ ରଖାଯାଇଛି । ପିଲାଙ୍କ ପାଠପଢା ପାଇଁ ଯେତିକି ଗୁରୁତ୍ଵ ଦିଆଯିବା କଥା , ତାହା ଦିଆନଯାଇ ଶିକ୍ଷକଙ୍କ ବଦଳି ପାଲା ଆରମ୍ଭ କରିଛି ବେଲଗୁଣ୍ଠା ବ୍ଳକ ଶିକ୍ଷା ବିଭାଗ । ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ଏଭଳି ନିଷ୍ପତ୍ତି କୁ ଏବେ ସାଧାରଣ ରେ ନାପସନ୍ଦ କରାଯାଉଛି । ଶିକ୍ଷକଙ୍କ ବଦଳି ଉପରେ ଯେତିକି ଗୁରୁତ୍ଵ ଦିଆଯାଉଛି ସେତିକି ଗୁରୁତ୍ବ ପିଲାଙ୍କ ପାଠପଢା ଉପରେ ଦିଆଯିବା ଆବଶ୍ୟକ ବୋଲି ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧/୨୦୨୨-----୯,୩୦
Sakhigopal News,4/1/2022