Breaking News

ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର


ଭଞ୍ଜନଗର  - ଭଞ୍ଜନଗରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଆନନ୍ଦ ସଂଗୀତାୟନ ପକ୍ଷରୁ ୯୧ ତମ ଭଞ୍ଜ ସଂଗୀତ ଆସର ଆୟୋଜିତ ହୋଇଯାଇଛି । ସ୍ଥାନୀୟ ବଡକୋଦଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏହା ଆୟୋଜିତ ହୋଇଥିଲା । ସଂସ୍କୃତି ବିକାଶ ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ସଂଗୀତ ସନ୍ଧ୍ୟାକୁ ମନ୍ଦିରର ଟ୍ରଷ୍ଟି  ଲଷ୍ମୀ ନାରାୟଣ ପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବେ  ସୁଶାନ୍ତ ପାଣିଗ୍ରହୀ, ଅଶୋକ ସାହୁ ଉପସ୍ଥିତ ରହିଥିଲେ । ଅନୁଷ୍ଠାନର ଉପ ସଭାପତି  ଆଦିକନ୍ଦ ଗୌଡ଼, ସଂଗୀତ ଆସରର ଆଭିମୁଖ୍ୟ ସଂକ୍ରାନ୍ତରେ ମତ ରଖିବା ସହ  ଅତିଥି ଏବଂ ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଶିଳ୍ପୀ ଆଶୁତୋଷ ସରାବ, କେଶବ ଆଚାର୍ଯ୍ୟ, ଅଶୋକ ମହାପାତ୍ର ସଂଗୀତ ପରିବେଷଣ କରିଥିଲା ବେଳେ, ବାଦ୍ୟ ଯନ୍ତ୍ରରେ ଅଭିଷେକ, ଦିବାକର ପ୍ରମୁଖ ସହଯୋଗ କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୫/୫/୨୦୨୫---୮,୨୫ Sakhigopal News,25/5/2025

Blog Archive

Popular Posts