Breaking News

ସତ୍ୟବାଦୀରେ ବିଜେଡିର ଅଭିନନ୍ଦନ ବ୍ୟାନର ଦୁବୁର୍ତ୍ତ ଚିରିଲେ



ସାକ୍ଷୀଗୋପାଳ----- ସତ୍ୟବାଦୀର ବସଷ୍ଟାଣ୍ଡ, ଚନ୍ଦନପୋଖରୀ, ମନ୍ଦିର, ବିଭିନ୍ନ ଗ୍ରାମ ମୁଣ୍ଡରେ ନୂତନ ବର୍ଷର ଅଭିନନ୍ଦନ ବ୍ୟାନର ସବୁ ଲାଗିଥିଲା । ଏହା ମଧ୍ୟରେ ଆଶାୟୀ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ସେମାନେ ନିଜ ନିଜର ନେତାଙ୍କ ଫଟୋ ସହ ଅଭିନନ୍ଦନ ବାର୍ତ୍ତା ଲେଖି ମାରିଛନ୍ତି । ସୋମବାର ରାତିରେ କୌଣସି ଦୁବୁର୍ତ୍ତ ଏକ ଧାରୁଆ ବ୍ଳେଡ ବା କଟର ସାହାର୍ଯ୍ୟରେ ବ୍ୟାନର ଗୁଡିକ କାଟି ଦେଇଛି ।  ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ଚନ୍ଦନପୋଖରୀ ନିକଟରେ ଲାଗିଥିବା ବିଜେଡିର ବ୍ୟାନରକୁ କଟା ଯାଇଛି । ବ୍ୟାନର କାଟିବା ପରେ ଦୁବୁର୍ତ୍ତ ଜଣଙ୍କ ସେଠାରେ ବ୍ୟାନର ଗୁଡିକ ପିଙ୍ଗିଦେଇଛି । ସେହିପରି  ବିଜେପି ଓ ଅସନ୍ତଷ୍ଟ ବିଜେଡି  କର୍ମୀଙ୍କ ବ୍ୟାନର ମଧ୍ୟ ଏଥିରୁ ବାଦ ପଡିନାହିଁ । ଏହାକୁ ସତ୍ୟବାଦୀର ବୁଦ୍ଧଜୀବୀ ମାନେ ନାପସନ୍ଦ କରିଛନ୍ତି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୦-----୯,୦୫  

Sakhigopal News, 4/1/2022

Blog Archive

Popular Posts