Breaking News

ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ


 ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଞ୍ଚାୟତର ଖୁଣ୍ଟୁଲିପାଲି ଛକ ଠାରେ କାଦୋବାହାଲ, ଝରାପାଲି ଲାୟନ୍ସ କ୍ଲବ ଓ କାଦୋବାହାଲ ଶାନ୍ତି ନର୍ସିଂହୋମ୍ ର ପ୍ରୋପାଇଟର ଡାଃ ଅରୁଣ ଶର୍ମାଙ୍କ ସହାୟତା ଏକ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବର ଦ୍ଵିତୀୟ ଗଭର୍ଣ୍ଣର ଲାୟନ୍ସ ରନଜିତ କୌର ହୁରା କରକମଳରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି କହିଥିଲେ ଯେ ଗ୍ରୀଷ୍ମ ଋତୁରେ ପାନୀୟଜଳର ଅଭାବ ଯୋଗୁଁ ଜନସାଧାରଣ  ଅସୁବିଧା ର ସମ୍ମୁଖୀନ ହେଉଥିଲେ। ଏହାର ରକ୍ଷଣାବେକ୍ଷଣ, ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ  ହିରାକୁଦ ଲାୟନ୍ସ କ୍ଳବର ଉମାଶଙ୍କର ଗୌଡ ଯୋଗ ଦେଇଥିଲେ । ଅନୁଷ୍ଠିତ  ଉତ୍ସବରେ ସଭାପତିତ୍ବ ଓ ପରିଚାଳନା କରିଥିଲେ କାଦୋବାହାଲ ଝରାପାଲି ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ସୁନୀଲ କୁମାର ଅଗ୍ରୱାଲ। ସେକ୍ରେଟାରୀ ଲାୟନ୍ସ ରଶ୍ମିରଞ୍ଜନ ପାଢ଼ୀ, କୋଷାଧ୍ୟକ୍ଷ ଲାୟନ୍ସ ରଜନୀ ପାଣିଗ୍ରାହୀ ସମେତ ଯୋଗେଶ ଶର୍ମା, ହିମାଂଶୁ ଭୂଷଣ ହୋତା, ସଂଜୀବ ମିଶ୍ର, ଜ୍ୟୋତି ବେହେରା ଓ ଉଦୟ ପୁରୋହିତ  ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ। ପରିଶେଷରେ ଲାୟନ୍ସ ଡାଃ ଅରୁଣ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୨୪/୫/୨୦୨୫---୮,୫୫ Sakhigopal News,24/5/2025

Blog Archive

Popular Posts