Breaking News

ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର


ଭଞ୍ଜନଗର –  ଭିନ୍ନଭିନ୍ନ ଦୁଇଟି ସ୍ଥାନରେ ସାପ କାମୁଡାରେ ଜଣକର ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଭଂଜନଗର ଥାନା ଅନ୍ତର୍ଗତ ବାଇବାଲି ନିକଟସ୍ଥ ନାରିଙ୍ଗିପଲ୍ଲୀ ଗାଁର ନଟିଆ ପ୍ରଧାନଙ୍କ ୯ ବର୍ଷର ଝିଅ ତେଜସ୍ବିନୀ  ଘରେ ଶୋଇଥିବା ବେଳେ ବିଷଧର ସାପ କାମୁଡାରେ ଗୁରୁତର ହୋଇଥିଲେ । ତାଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏନେଇ ଭଂଜନଗର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସେହିଭଳି ତାରାସିଙ୍ଗି ଥାନା ଅନ୍ତର୍ଗତ ବେରୁହାଁବାଡି  ଗ୍ରାମର ସନ୍ତୋଷ ନାୟକଙ୍କ ୧୮ ବର୍ଷର ଝିଅ ସୁଜାତା ସାପ କାମୁଡାରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୫/୫/୨୦୨୫--୮,୨୦ Sakhigopal News,25/5/2025

Blog Archive

Popular Posts