Breaking News

ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ

  ଭଞ୍ଜନଗର – ସୋରଡ଼ା ରାସ୍ତାର କୁଲାଙ୍ଗି-ଲାଠିପଡା ନିକଟରେ ବୁଲେଟ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥଳରେ ୩ ଆହତଙ୍କ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ତାଙ୍କୁ ଉଧାର କରି ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ  ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିଭଳି ଅନ୍ୟ ଦୁଇ ଆହତଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଥିରୁ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଛି । ଆଉଜଣେ ଗୁରୁତର ମେଡିକାଲରେ ଚିକିତ୍ସା ଜାରି ରହିଛି । ମୃତ୍ୟୁ ବରଣ କରିଥିବା ଦୁଇ ଯୁବକଙ୍କ ର ପରିଚୟ ଜଣା ପଡିନଥିବା ବେଳେ, ସୋରଡ଼ା ମେଡିକାଲରେ ରହିଥିବା ମୃତକ ଜଣକ, ସୋରଡ଼ା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ, ୨୬/୫/୨୦୨୫----୭,୨୦ Sakhigopal News,26/5/2025

Blog Archive

Popular Posts