ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
ଡେଲାଙ୍ଗ - ପ୍ରତିଭାଧାରୀ ଓ ସ୍ଵାଭିମାନୀ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କର ଡେଲାଙ୍ଗ ଅଞ୍ଚଳର ଛାତ୍ର ଓ ଶିକ୍ଷକ ସମାଜରେ ଏକ ସ୍ଵତନ୍ତ୍ର ପରିଚୟ ରହିଥିଲା । ଡେଲାଙ୍ଗ ସରକାରୀ ବାଳିକା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ତାଙ୍କ ପାଇଁ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷାବିତ୍, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଅନୁଭୂତିର ଅଭୁଲା ସ୍ମୃତିକୁ ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶ ଉତ୍ସବରେ ପୌରହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଇଓ ଶତୃଘ୍ନ ବେହେରା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ମହାନ୍ତି ଯୋଗ ଦେଇ ଶ୍ରେଣୀ ଗୃହରେ ଶିକ୍ଷାଦାନ୍ ସମୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରି ଶିକ୍ଷକ ଓ ଛାତ୍ର ସମାଜକୁ ସତମାର୍ଗୀ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଡେ଼ଲାଙ୍ଗ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଭୟ କୁମାର ରାଉତରାୟ, ବେରବୋଇ ଗାନ୍ଧୀ ସ୍ମୃତି କମିଟିର ସଭାପତି ଶିକ୍ଷାବିତ୍ କୁନ୍ତଳା ବିଶ୍ବାଳ, ପ୍ରାକ୍ତନ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ବେହେରା, ଏବିଇଓ ସଞ୍ଜୁକ୍ତା ମିଶ୍ର, ପ୍ରଧାନ ଶିକ୍ଷକ ସଞ୍ଜୟ ଦାଶ,ରମେଶ ଦାଶ , ଧୃବ ଚରଣ ବରାଳ,ପ୍ରଶାନ୍ତ ମହାରଣା , ଶିକ୍ଷାବିତ୍ ସନ୍ତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବିଶ୍ବାଳଙ୍କ ଶୈକ୍ଷିକ ଜୀବନ ଉପରେ ଆଲୋକପାତ୍ ପୂର୍ବକ ବିଜ୍ଞାନ ଭିତ୍ତିକ ନୀତିଯୁକ୍ତ ଶିକ୍ଷା ହିଁ ପ୍ରକୃତ ଶିକ୍ଷା ବୋଲି କହିଥିଲେ। ଏଥିରେ କମିଟି ସଭାପତି ବିନୋଦିନୀ ମିଶ୍ର, ପୂର୍ବତନ ସଭାପତି ଜ୍ଞାନ ରଞ୍ଜନ ବାହିନୀ ପତି, କୈଶୋର ଅଲି ଖାଁ, ପ୍ରଧାନ ଶିକ୍ଷକ ବସନ୍ତ ଦାସ,ଜଳନ୍ଧର ବେହେରା, ରଘୁନାଥ ବେହେରା, ସୁରେନ୍ଦ୍ର ନାୟକ, ଶିକ୍ଷକ ସୁବାସ ଚନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ମୀନାରାଣୀ ମଙ୍ଗରାଜ,ଝରଣା ଦାସ ପ୍ରମୁଖ ଯୋଗଦେଇ ଶ୍ରୀ ବିଶ୍ବାଳଙ୍କ ସୁଶିକ୍ଷାଦାନ ଶୈଳୀ ,କର୍ତ୍ତବ୍ୟନିଷ୍ଠା, ସାମଗ୍ରିକ ଶୈକ୍ଷିକ ଦକ୍ଷତା ଉପରେ ଆଲୋକପାତ୍ କରିଥିଲେ। ଶ୍ରୀ ବିଶ୍ବାଳ ନବେ ଦଶକରେ ପ୍ରତିକୂଳ ପରିସ୍ଥିତିରେ ବି ଡେଲାଙ୍ଗ ଷ୍ଟେସନ ବଜାରରେ ଆଜିର ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ମହାନ୍ତି, ଅଧ୍ୟାପକ ସ୍ଵର୍ଗତ ତୋଫାନ ନାୟକ, ପ୍ରାକ୍ତନ ସଂସ୍କୃତ ପଣ୍ଡିତ ଶ୍ୟାମସୁନ୍ଦର ପ୍ରତିହାରୀଙ୍କ ସହ ଯୋଡ଼ି ହୋଇ "ନାଳନ୍ଦା ଶିକ୍ଷା ଅନୁଷ୍ଠାନ" ମାଧ୍ୟମରେ ନିଜକୁ ଶିକ୍ଷା ସ୍ରୋତରେ ସାମିଲ କରି ଅନେକ ଛାତ୍ରଛାତ୍ରୀଙ୍କ ସଫଳ ପଥର ଦିଗ୍ ଦର୍ଶକ ସାଜିଥିବାର କଥା ତାଙ୍କର ତତ୍ କାଳୀନ ଛାତ୍ର ତଥା ଆଜିର ଶିକ୍ଷକ ଅଭୟ ଚରଣ ସାହୁ ଅତୀତର ଅଭୁଲା ସ୍ମୃତିକୁ ସଭାରେ ଉପସ୍ଥାପନ କରିବା ସହ ଗଣିତ ଶିକ୍ଷା ଦାନରେ ସ୍ଵକୀୟ ସ୍ଵତନ୍ତ୍ର ଶୈଳୀ ପାଇଁ ସେ ସବୁ ଦିନ ଛାତ୍ର ଛାତ୍ରୀଙ୍କ ସ୍ମରଣୀୟ ହୋଇ ରହିଥିବେ ବୋଲି କହିଥିଲେ। ଶ୍ରୀ ସାହୁଙ୍କ ସହ ପୁରାତନ ଛାତ୍ର ତଥା ଶିକ୍ଷକ ଚକ୍ରଧର ମହାପାତ୍ର, ଛାତ୍ର ତଥା ସାହିତ୍ୟିକ ଜିତେନ୍ଦ୍ର ପ୍ରଧାନ ମଞ୍ଚରେ ପୂଜ୍ୟ ଗୁରୁଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ଆଶୀଷ ଭିକ୍ଷା ସହ ନାଳନ୍ଦା ଶିକ୍ଷା ଅନୁଷ୍ଠାନ ହିଁ ସେମାନଙ୍କୁ ମଣିଷ କରିଥିବା କଥା ବ୍ୟକ୍ତ କରିଥିଲେ।ଶ୍ରୀ ବିଶ୍ଵାଳ ତାଙ୍କର ପ୍ରିୟ କକା ଵଲଭ ବିଶ୍ବାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ମେଧାବୀ ଛାତ୍ରୀଙ୍କ ପାଇଁ ୨୫ ହଜାର ଟଙ୍କା ବିଦ୍ୟାଳୟ ପାଣ୍ଠିକୁ ଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ବେତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ କାଦମ୍ବିନୀ ସାହୁ, ବିଜୟଲକ୍ଷ୍ମୀ ଛାଟୋଇ, ସଂଯୁକ୍ତା ପ୍ରଧାନ, ଶୁଭ ଲକ୍ଷ୍ମୀ ନାୟକ, ଲୀନାରାଣୀ ସ୍ଵାଇଁ,ସୁମିତ୍ରା ରାଉତ ରାୟ, ଶିକ୍ଷକ ସେମନ ଶବର, ଜ୍ୟୋତି ରଂଜନ ନାଥ,ନିରଞ୍ଜନ ଦାସଙ୍କ ସହ ଲଳିତ ମୋହନ ଜେନା, ସୁକାନ୍ତ ଦାସ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ନିଜ ବିଦ୍ୟାଳୟ , ଅନ୍ୟ ବିଦ୍ୟାଳୟ, ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ଅବସର ନେଇଥିବା ଶ୍ରୀ ବିଶ୍ବାଳଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତେ ବିଦାୟୀ ଶିକ୍ଷକ ଶ୍ରୀ ବିଶ୍ବାଳଙ୍କ ସୁଗୁଣ ଗାନ କରି ଈଶ୍ବରଙ୍କ ନିକଟରେ ତାଙ୍କର ଭବିଷ୍ୟତ ନିରାମୟ ଜୀବନ କାମନା କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୫/୨୦୨୫----୭,୩୫ Sakhigopal News,26/5/2025