Breaking News

କେବେ ହେବ ସହର ମୁଖ୍ୟ ରାସ୍ତା ସମ୍ପ୍ରସାରଣ , ଦିନକୁ ଦିନ ରାସ୍ତା ହେଉଛି ସଂକୁଚିତ




ଜଟଣୀ,- ସହରର ମୁଖ୍ୟରାସ୍ତା ହରିଭାଇନା ଛକଠାରୁ ଜଟଣୀ କଲେଜ, ସେଞ୍ଚୁରୀୟାନ କଲେଜ ଛକ, କିଷ୍ଟ କଲେଜ ଏବଂ ଜଟଣୀ ଗେଟ୍ ଦେଇ ଜାତୀୟ ରାଜପଥ ୧୬କୁ ସଂଯୋଗ କରିଛି ରାସ୍ତା। ଏହି ମୁଖ୍ୟରାସ୍ତାର ଦୁଇପାର୍ଶ୍ବରେ ଖାଲି ପଡ଼ିଥିବା ରାସ୍ତା କଡର ଜମି ଓ ସରକାରୀ ଜମି ମାଡିବସି ସେହି ଜମିଉପରେ ବେଆଇନ ଭାବେ ଦୋକାନ ଗୃହ ନିର୍ମାଣ ବୃଦ୍ଧି ଯୋଗୁଁ ଧୀରେ ଧୀରେ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି।  ରାସ୍ତାକୁ ମାଡି ଦୋକାନ କରିବା ଫଳରେ ପାର୍କିଙ୍ଗ ସମସ୍ୟା ସୃଷ୍ଟି ହେଉଛି l ଗ୍ରାହକମାନେ ରାସ୍ତା ଉପରେ ଗାଡି ରଖି ଦୋକାନକୁ ଯାଉଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହିତ ଦୁର୍ଘଟଣା ମଧ୍ଯ ଘଟୁଛି । ତେଣୁ ରାସ୍ତାର ଦୁଇପାର୍ଶ୍ବରେ ବେଆଇନ ନିର୍ମାଣ ଦୋକାନଗୃହକୁ ଶୀଘ୍ର ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସ୍ଥାନୀୟ ପ୍ରଶାସନଏହାକୁ ଅଣଦେଖା କରିବା ଫଳରେ ଜଟଣୀର କିଛି ମୁଷ୍ଟିମେୟ ଲୋକ ରାସ୍ତାକଡ଼ରେ ଥିବା ସରକାରୀ ଜମି ମାଡିବସି ରାସ୍ତାକୁ ଲଗାଇ ଦୋକାନଘର ବେଆଇନ ନିର୍ମାଣ ଫଳରେ ଅନେକ ସମୟରେ ସଡ଼କ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ପ୍ରାଣ ଅକାଳରେ ଚାଲିଯାଉଛି । ପ୍ରତ୍ୟକ ଦିନ ଏହି ରାସ୍ତାଦେଇ ଆଦର୍ଶବିଦ୍ୟାଳୟ, ପ୍ରାଣନାଥ ବାଳକ ବିଦ୍ୟାଳୟ, ଜଟଣୀମହାବିଦ୍ୟାଳୟ, ସେଞ୍ଚୁରୀୟାନ ମହାବିଦ୍ୟାଳୟ, କିଷ୍ଟ କଲେଜ,ଏସ. ଟି. ଜାଭିୟର୍ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶହଏହ ଛାତ୍ରଛାତ୍ରୀ ତଥା ଗାଡ଼ିମୋଟର ଯିବାଆସିବା ସମୟରେ ରାସ୍ତା ଅବରୋଧ ଯୋଗୁଁ ଅନେକଥର ସଡ଼କ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ରାସ୍ତା କଡ଼ରେ ବୁଧବାର, ଶୁକ୍ରବାର, ରବିବାର ଏହି ତିନୋଟି ଆମିଷ ବାରରେ ମାଛ ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳେ l ରାସ୍ତା କଡରେ ଦୋକାନ ହେତୁ ଗ୍ରାହକ ମାନେ ପାଟି ଲାଳସା ପାଇଁ ରାସ୍ତା ଉପରେ ନିଜର ଗାଡି ରଖିବା ଫଳରେ ମୁଖ୍ୟ ରାସ୍ତାଟି ଜାମ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରେ l  ସବୁ ଦେଖି ପ୍ରଶାସନ ଚୁପ l ଜଟଣୀ କଲେଜ ସମ୍ମୁଖରେ ଥିବା
ରାମଚନ୍ଦ୍ରପୁର ମୌକାର ସରକାରୀ ଜାଗା ସମୁଦାୟ ୪୨ ପ୍ଲଟ,ଏରିଆ ୧୩୨ ଏକର ୯୭୫ ଡିସିମିଲ ହୋଇଥିବା ଜଣାଯାଇଛି । ସରକାରୀ ଜାଗାର କିଛି ପ୍ଲଟ୍‌ରେ ଫାୟାରଷ୍ଟେସନ, ସ୍କୁଲ କଲେଜ କିଛି ଶିକ୍ଷାନୁଷ୍ଠାନ ଗଢ଼ିଥିବା ବେଳେଅନେକ ପୁଟ୍‌କୁ ଜବରଦଖଲ କରି କିଛି ଜମିଦଲାଲ, ମୁଷ୍ଟିମେୟ ଲୋକ ଦୋକାନଗୃହ ଓ ବାସଗୃହ ନିର୍ମାଣକରି ଭଡ଼ା ଲଗାଇ ଭଲ ଦୁଇ ପଇସା ରୋଜଗାର କରିଚାଲିଛନ୍ତି । ଏହାଦ୍ଵାରା ରାସ୍ତାକୁ ମାଡିବସି ରାସ୍ତା ଅବରୋଧ କରିବାରେ ଲାଗିଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ସ୍ଥାନୀୟ ପ୍ରଶାସନର କୋହଳ ମନୋଭାବ ଯୋଗୁଁ ଏହି ରାମଚନ୍ଦ୍ରପୁର ମୌଜାରେ ଏକର ଏକର ଜମି ଜବରଦଖଲ ହେବାରେ ଲାଗିଛି। ବଡ଼ ଦୁଃଖର ବିଷୟ କିଷ୍ଟ କଲେଜ ନିକଟରେ ଥିବା ନୂଆଶଙ୍ଖ ର ଅବସ୍ଥା ନ କହିଲେ ଭଲ l ଏହି ନୂଆଶଙ୍ଖ ଦେଇ ଦୁଇଟି ଗାଡି ଯିବା କଷ୍ଟ l କିନ୍ତୁ ଏଠାରେ ପ୍ରଶାସନ ଚୁପ l ଜମି ମାଫିଆ ଏବଂ ନିର୍ମାଣ କାରି ସଂସ୍ଥା ମାଧ୍ୟମରେ ପ୍ରତିଯୋଗିତା ମୂଳକ ପାଣିନାଳ ପାଖରେ ଥିବା ଗୋବିନ୍ଦ ପୁର ଓ ଷଣ୍ଢପୁର ମୌଜାର ଖାତା ନଂ ୩୩୪, ଏରିଆ ୩୫ ଏକର ୮୬୬୦ ଡ଼ିସିମିଲ ଜମିକୁ ଜୈନିକ ବିଲଡର ଉଭୟ ପାର୍ଶ୍ଵର ସରକାରୀ ଜମି ଜବର ଦଖଲ କରି ରସ୍ତାକୁ ସଂକୁଚିତ କରିଛନ୍ତି l ଦେଖିବାକୁ ଗଲେ ହରିଭାଇନା ଛକରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଖାସମାଲ ଜମି, ପେଟ୍ରୋଲ ପମ୍ପ ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଲୋକଙ୍କ ନିଜସ୍ୱ ଜମି, ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଅଗ୍ନି ନିର୍ବାପକ କେନ୍ଦ୍ର ପର୍ଯ୍ୟନ୍ତ ସରକାରୀ ଜମି, ସେହିଠାରୁ ଜଟଣି ଗେଟ ପର୍ଯ୍ୟନ୍ତ ରାମଚନ୍ଦ୍ରପୁର, ଷଣ୍ଢପୁର ଏବଂ ଗୋବିନ୍ଦ ପୁର ମୌଜାର ସରକାରୀ ଜମି ଗୁଡିକର ରାସ୍ତା କଡରେ ଥିବା ଦୋକାନ ଗୃହ, ଉଠାଦୋକାନୀ ଏବଂ ସମସ୍ତ ବେଆଇନ ନିର୍ମିତ ଗୃହକୁ ଉଚ୍ଛେଦ କରି ଜନ ବହୁଳ ସମାଜରେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ସୁବିଧାରେ ଗମନାଗମନ ପାଇଁ ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ ନିମନ୍ତେ ସାଧାରଣରେ ଦାବି ଉଠିଛି l ଏହି ରାସ୍ତା ଦେଇ ସ୍ଥାନୀୟ ଲୋକ ପ୍ରତିନିଧି, ବିଧାୟକ, ସାଂସଦ, ବ୍ଲକ ଅଧକ୍ଷ, ପୌରାଧକ୍ଷ ଅନେକ ପ୍ରଶାସନିକ ଅଧିକାରୀ ମାନେ ରାଜଧାନୀ ଭୁବନେଶ୍ୱର ଯିବାଆସିବା କରୁଥିଲେ ମଧ୍ୟ କାହାର ଏଥି ପ୍ରତି ଦୃଷ୍ଟି ନ ପଡିବା ଅତ୍ୟନ୍ତ ଦୁଃଖର ବିଷୟ l ଏହାର ପୁନଃଉଦ୍ଧାର ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ବୁଦ୍ଧିଜୀବୀମାନେ ବାରମ୍ବାର ସ୍ଥାନୀୟ ଆର୍‌ଆଇ, ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରି ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାରକୌଣସି ସୁଫଳ ଦେଖିବାକୁ ମିଳୁନାହିଁ ।  ଆଗକୁ ବଡ ଧରଣର ଆନ୍ଦୋଳନର  ହେବ ବୋଲି ଚେତାବନୀ ଜଣାଇଛନ୍ତି ସ୍ଥାନୀୟ ସ୍ବେଛାସେବୀ ସଙ୍ଘଠନ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୫/୨୦୨୫---୯,୪୫ Sakhigopal News,28/5/2025

Blog Archive

Popular Posts