Breaking News

ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ



 ସାକ୍ଷୀଗୋପାଳ ---- ମୁଖ୍ୟମନ୍ତ୍ରୀ ଆଜି ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ଆସିଥିଲେ । କିନ୍ତୁ ଗୋଟେ କଥା ବୁଝି ହେଉନି, କୃଷି କେନ୍ଦ୍ର ଆସୁଥିବା ବିଧାୟକ ଓ ମନ୍ତ୍ରୀ ଙ୍କ ମନ ଭିତରେ ଏତେ ଭୟ କଣ ପାଇଁ ରହିଛି।  ମୁଖ୍ୟମନ୍ତ୍ରୀ ଙ୍କ ଏହି ଭୟ ପ୍ରମାଣ କରୁଛି  ସେ ତାଙ୍କର ଶାସନ ଭିତରେ ଅନେକ କିଛି ଭୁଲ୍ କରିଛନ୍ତି ବୋଲି । ନଚେତ୍ ତାଙ୍କୁ ବିରୋଧିଙ୍କୁ ସାମ୍ନା କରିବା ପାଇଁ ଏତେ ଭୟ କଣ ପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ନେତାମାନେ।
      ସତ୍ୟବାଦୀ ଯୁବ କଂଗ୍ରେସ ସଭାପତି ଲିପ୍ତି ରଞ୍ଜନ ପ୍ରଧାନ ଓ ଛାତ୍ର କଂଗ୍ରେସ ସଭାପତି ଆଦର୍ଶ ମିଶ୍ର ଙ୍କୁ ଆଜି ସକାଳୁ, ସକାଳୁ ଘର ଭିତରୁ ପୋଲିସ୍ ଦ୍ୱାରା ଗିରଫ କରିବା ଆଗାମୀ ଦିନରେ ମହଙ୍ଗା ପଡ଼ିବ ଏହା ଚେତେଇ ଦେଇଛି ଯୁବ ଓ ଛାତ୍ର କଂଗ୍ରେସ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୫/୨୦୨୫----୮,୩୫ Sakhigopal News,29/5/2025
    

Blog Archive

Popular Posts