Breaking News

ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ



ସାକ୍ଷୀଗୋପାଳ ----ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ମେଧାବୀ ଛାତ୍ର ସାଇ ସୋହମ ପ୍ରଧାନ ଏବେ ଜାପାନ ଯିବେ। ସେ ବର୍ତ୍ତମାନ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଭୁବନେଶ୍ଵରର +୨ ବିଜ୍ଞାନର ଦ୍ଵିତୀୟ ବର୍ଷର ଛାତ୍ର ଅଟନ୍ତି । ଓସେପା ଚିଠି ନଂ ୫୫୪୪ ତା.- ୧୬/୦୫/୨୦୨୫ ରିଖ ଅନୁଯାୟୀ ଜାପାନରେ ଅଗଷ୍ଟ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ହାଇ ସ୍କୁଲ ବିଜ୍ଞାନ କାର୍ଯ୍ୟକ୍ରମ "ସାକୁରା" ରେ ଓଡ଼ିଶାରୁ ପ୍ରତିନିଧିତ୍ତ୍ଵ କରିବା ପାଇଁ ସେ ମନୋନୀତ ହୋଇଛନ୍ତି । ଏହା ପୂର୍ବରୁ ସେ ୨୦୨୨ ମସିହାରେ ଆସାମର ଗୁଆହାଟି ଠାରେ ଜାତୀୟ ସ୍ତରୀୟ ବିଜ୍ଞାନ ମେଳାରେ ସଫଳତାର ସହ କୃତିତ୍ୱ ହାସଲ କରିଥିଲେ । ମାତା ତଥା  ଶିକ୍ଷୟତ୍ରୀ  ସ୍ଵର୍ଣ୍ଣଲତା ବିଶ୍ଵାଳ, ପିତା ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ପୁତ୍ର ସାଇ ସୋହମ ୨୦୨୪ ମସିହା ସି.ବି.ଏସ୍.ଇ ୧୦ମ ବୋର୍ଡ ପରୀକ୍ଷାରେ ୯୯ ଶତକଡା ମାର୍କ ରଖି ଉତ୍ତୀର୍ଣ୍ଣ ହେବା ସହ ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲେ । ଏବେ ସେ ଜାପାନ ଗସ୍ତ କରିବେ । ଜାପାନର ବିଶିଷ୍ଟ ବୈଜ୍ଞାନିକମାନେ ବିଭିନ୍ନ ଦେଶରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଜାପାନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ନୂତନ ଜ୍ଞାନ କୌଶଳ ଉପରେ ଆଲୋକପାତ କରିବେ । ସାଇ ସୋହମଙ୍କ ଜାପାନ ଯିବା ଖବର ଶୁଣି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ସତ୍ଯବାଦୀ ଅଞ୍ଚଳବାସୀ ତାଙ୍କର ଶୁଭକାମନା କରିଛନ୍ତି । ଅଞ୍ଚଳବାସୀ ତାଙ୍କ ଜାପାନ ଗସ୍ତ ସଫଳ ହେବା ସହ ଜାପାନର ବିଶିଷ୍ଟ ବୈଜ୍ଞାନିକ ମାନଙ୍କର ମନ ଜିତିଲେ ବୋଲି ଆଶା ରଖିବା ସହ ପ୍ରଭୁ ଜଗତର ନାଥ ଜଗନ୍ନାଥ ଓ ସାକ୍ଷୀଗୋପାଳ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୫/୨୦୨୫---୭,୪୫ Sakhigopal News,26/5/2025

Blog Archive

Popular Posts