Breaking News

ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି




ଜଟଣୀ :--ପୌରପରିଷଦର ଡ୍ରେନେଜ ଗୁଡିକର ରକ୍ଷଣାବେକ୍ଷଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇଯାଇଛି l ସହରର ୨୩ ଗୋଟି ୱାର୍ଡରେ ଥିବା ଡ୍ରେନର ଅବ୍ୟବସ୍ଥା କହିଲେ ନ ସରେ l ଅଧିକାଂଶ ଡ୍ରେନର ଚିହ୍ନବନ୍ନ ନାହିଁ l କେଉଁଠି ଡ୍ରେନ ଗୁଡିକୁ ସମ୍ପୂର୍ଣ୍ଣ ପୋତି ହୋଇଗଲାଣିତ କେଉଁଠି ରାସ୍ତା କଡର ଡ୍ରେନ ଉପରେ ସ୍ଲାବ ପକାଇ ଦୋକାନ ଗୃହ ନିର୍ମାଣ କରି ବ୍ୟବସାୟ ହେଲାଣି l ଏଥି ପ୍ରତି ପୌରପରିଷଦର ନଜର ନାହିଁ l ଯାହା ଫଳରେ ବର୍ଷା ଜଳ ନିଷ୍କାସନ ଡ୍ରେନରେ ନହୋଇ ପାରି ରାସ୍ତା ଉପରେ ପ୍ରବାହିତ ହେବା ଫଳରେ  ଯାତାୟାତରେ ବାଧା ଉପୁଜୁଛି l ଅତି ଦୁଃଖର ବିଷୟ ପୌରପରିଷଦର ଡ୍ରେନର ସଫେଇ କାର୍ଯ୍ୟ ସଠିକ ରୂପେ ନ ହେବା ଫଳରେ ବର୍ଷା ହେଲେ ଡ୍ରେନରେ ପୋତି ହୋଇଥିବା ଅଳିଆ ଆବର୍ଜନା  ଭାସି ଆସି ସମ୍ପୂର୍ଣ୍ଣ ସହର ତଥା ବିଶେଷ କରି ହରିଭାଇନା ଛକ ଠାରୁ ସୀତାରାମ ଛକ ସମ୍ପୂର୍ଣ୍ଣ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଥାଏ  l ପୌରପରିଷଦ ସହରର ପରିମଳ ବ୍ୟବସ୍ଥା ପାଇଁ ମାସିକ ୨୨ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପରିବେଶ ସୁରକ୍ଷା ଭିତ୍ତିହୀନ ହୋଇପଡିଛି l ଠିକା ସଂସ୍ଥା ଚାନ୍ଦା ବାବଦକୁ ୩ ରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ହେଉଛି l ସହରର ମୁଖ୍ୟ ରାସ୍ତା ବ୍ଲକ ଛକ ଠାରୁ ସୀତାରାମ ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ନର୍ଦ୍ଦମା ଗୁଡିକ ଆଜିପର୍ଯ୍ୟନ୍ତ ସଠିକ ରୂପେ ପୁନଃଉଦ୍ଧାର ହୋଇ ପାରି ନାହିଁ l ରକ୍ଷଣାବେକ୍ଷଣ ଅଭାବରୁ ଏହା ନଷ୍ଟ ହେବାକୁ ବସିଲାଣି l ଅଭିଯୋଗ କଲେ ନର୍ଦ୍ଦମାକୁ ବାରମ୍ବାର ସଫେଇ କରି ମିଛ ବିଲ କରି ଟଙ୍କା ହଡପ କରିବା ପଦାରେ ପଡିଛି l ବୁଦ୍ଧିଜୀବୀ ମତରେ ପୌରପରିଷଦର ନବନିର୍ବାଚିତ ପୌରାଧକ୍ଷ ସହ କାଉନସିଲରଙ୍କ ମିଲିଭଗତରେ ପୌରପରିଷଦ ଛାରଖାର ହେବାକୁ ବସିଲାଣି l ଉନ୍ନତି ଯୋଜନା ନାମରେ ମହିଳା ଗୋଷ୍ଠୀ, ଠିକାଦାର ସମେତ ପୌରପରିଷଦ ଅଧିକାରୀଙ୍କ ମିଲି ଭଗତରେ ହରିଲୁଟ ହେଉଥିବା ଅଭିଯୋଗ ହେଉଛି l ଉଚ୍ଚ ସ୍ତରୀୟ  ତଦନ୍ତ କରିବାକୁ ଜନସାଧାରଣରେ ଦାବି ହେଉଛି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୫/୨୦୨୫---୮,୪୫ Sakhigopal News,24/5/2025

Blog Archive

Popular Posts