ବଳପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ସତ୍ୟବାଦୀ ବିଧାୟକ
The Satyavadi MLA inaugurated various projects in Balpur Panchayat
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତରେ ପ୍ରାୟ ୬୦ ଲକ୍ଷ ଟଙ୍କାର ପ୍ରକଳ୍ପ ଗୁରୁବାର ଅପରାହ୍ନରେ ବିଧାୟକ ଉମାକାନ୍ତ ସମାନ୍ତରାୟ କରକମଳରେ ଉଦଘାଟିତ ହୋଇଯାଇଛି । କୁସୁମେଶ୍ୱର ଛକଣୁ ଯୁବକ ମାନେ ଏକ ମଟର ସାଇକେଲ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । ହରିସହଦେବଙ୍କ ନିକଟରେ ପଞ୍ଚାୟତର ମହିଳା ଗୋଷ୍ଠୀଙ୍କ ପକ୍ଷରୁ ବିଧାୟକ ଶ୍ରୀ ସାମନ୍ତରାୟଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ସଂକୀର୍ତ୍ତନ, ବାଜା ବଜାଇ ବଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଅଙ୍ଗନୱାଡି ଗୃହ, ସେହିପରି ନିକଟରେ ୫ଲକ୍ଷଟଙ୍କାରେ ନିର୍ମିତ ପାଠାଗାର, ୪୦ ଲକ୍ଷଟଙ୍କାରେ ନିର୍ମିତ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଓ ୭ ଲକ୍ଷ ଟଙ୍କାରେ ନିର୍ମିତ ମିଶନଶକ୍ତି ମହିଳା ମହାସଂଘ ଘର ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ କ୍ଷୀରୋଦ କୁମାର ବେହେରା, ସିଡିପିଓ, ସୁପରଭାଇଜର ,ଜିଲ୍ଲା ପରିଷଦ ସଭ୍ୟ ଧୃବ ଚରଣ ଦାଶ, ସ୍ଥାନୀୟ ସରପଞ୍ଚ ତ୍ରିନାଥ ମହାପାତ୍ରଙ୍କ ସହିତ ପଞ୍ଚାୟତର ମହିଳା ମହାସଂଘର ନେତ୍ରୀ ଲକ୍ଷ୍ମୀପିୟା ଦାଶ ଓ ବିଭିନ୍ନ ମହିଳା ଗୋଷ୍ଠୀର ନେତ୍ରୀ , ଅଙ୍ଗନୱାଡି କର୍ମୀ , ସହଯୋଗୀ, ଆଶାଦିଦି ପ୍ରମୁଖ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୧/୨୦୨୨----୮,୧୦ Sakhigopal News, 6/1/2022