Breaking News

ବେଆଇନ ମଇଁଷି ଚାଲାଣ ; ୧୧ମଇଁଷି ଉଧାର , ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ


ଭଞ୍ଜନଗର, -- ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀ ଓ କର୍ମଚାରୀ ମିଶି ଦଦରାଲୁଣ୍ଡା ଅଞ୍ଚଳରେ ଅପରାହ୍ନ ସମୟରେ ପାଟ୍ରୋଲିଂ କରୁଥିଲେ  । ଏହି ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର  ପାଇ ଏକ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଗାଡିରେ ମୁଜାଗଡ଼ରୁ ଦୁର୍ଗା ପ୍ରସାଦ ଅଞ୍ଚଳକୁ ବେଆଇନ ପଶୁ ପରିବହନ କରାଯାଉଛି ବୋଲି ଖବର ମିଳିଥିଲା। ତୁରନ୍ତ ପୋଲିସ ଟିମ୍ ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରେ ପହଞ୍ଚି ଓଡି ୦୮ ୟୁ ୭୩୩୫ ନମ୍ବର  ଏକ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଭ୍ୟାନ ଗାଡିକୁ ଦେଖି ଅଟକାଇ  ଥିଲେ।  ସେହି ଗାଡ଼ିଟି ଭିତରେ ୧୧ଟି ମଇଁଷି ଏକ ରଶିରେ ବନ୍ଧା ହେଇଥିବାର ଦେଖାଯାଇଥିଲା ।  ଏସମ୍ପର୍କରେ ପଚରାଯିବାରୁ ସେମାନେ ମଇଁଷି ପରିବହନ ପାଇଁ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ।ବେଆଇନ ପଶୁ ଚାଲାଣ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ସେହି ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ବାଲି ଗୁଡ଼ାର ଆଶିଷ କନ୍ଧ ପାଣି, ଆକାଶ ନାୟକ, ଆଲବର୍ଟ ନାୟକ ଓ ଭଞ୍ଜନଗର ଥାନା ଖଣ୍ଡି କୋଟି ଗ୍ରାମର ନାରାୟଣ ଗୌଡ ବୋଲି ଜଣାପଡିଛି।ଭଞ୍ଜନଗର ଥାନା କେସ ନଂ ୫୮୨/୨୫ରେ ଏକ ମାମଲା ରୁଜୁ କରିବା ସହ  ୧୧ଟି ମଇଁଷିକୁ ଉଦ୍ଧାର କରାଯାଇଛି ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୩/୫/୨୦୨୫ ---୮,୨୫ Sakhigopal News, 

Blog Archive

Popular Posts