Breaking News

ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ପ୍ରସ୍ତାବ ପାରିତ

A proposal to amend the Shri Jagannath Temple Act has been passed


ଜଟଣୀ----- ଆଜି ସନ୍ଧ୍ୟାରେ ଜଟଣୀ ପୌରାଞ୍ଚଳ ଅଧୀନ କୁଦିଆରୀ ଗ୍ରାମଠାରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ଉଦେଶ୍ୟରେ ଏକ ଖବରଦାତା ସମିଳନୀ ଆୟୋଜିତ ହୋଇଥିଲା । ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ 1954କୁ ସଂଶୋଧନ କରିବା ପାଇଁ ଅଧ୍ୟାଦେଶ ଜାରି ପ୍ରସ୍ତାବ ଦେବାପରେ ଜଟଣୀ ଅଂଚଳରେ ଖୁସିରେ ଲହରୀ ଦେଖା ଯାଇଛି । ଦୀର୍ଘ 10ବର୍ଷରୁ ଉର୍ଦ୍ଧ ସମୟ ଧରି ଲାଗିରହିଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ନାମିତ ହୋଇଥିବା ଜଗନ୍ନାଥ ଜମି ସମସ୍ୟା ସମାଧାନ ଏକପ୍ରକାର ସମାଧାନ ହୋଇଛି । ରାଜ୍ୟ କ୍ୟାବିନେଟର ନିଷ୍ପତି ଫଳରେ ଶ୍ରୀ ଜଗନ୍ନାଥ ମନ୍ଦିର ତଥା ମନ୍ଦିର ପରିଚାଳନା କମିଟି ଅଧୀନରେ ରହିଥିବା ସ୍ଥାବର ଆସ୍ଥାବର ଜମିବାଡ଼ିର ମାଲିକାନା ସ୍ୱତ୍ୱ ପରିବର୍ତନ କରି ରୟତମାନଙ୍କୁ ସେମାନଙ୍କର ଅଧିକାର ଦେବା ସହିତ ସମ୍ପୃକ୍ତ ମାମଲାଗୁଡିକର ତ୍ୱରିତ ସମାଧାନ କରି ସାମସ୍ତ କଟକଣାକୁ ହଟାଇବା ପାଇଁ ଅଧ୍ୟଦେଶ ଜାରି ପାଇଁ ପ୍ରସ୍ତାବ ଦେଇଛନ୍ତି.ସରକାରଙ୍କ  । ଏହି ନିଷ୍ପତିକୁ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ପୂର୍ବତନ ଏଖାରାଜାତ ମାହାଲ ରୟତ ସୁରକ୍ଷା କମିଟି ସଭାପତି କୈଳାଶ ଚନ୍ଦ୍ର ମହାପାତ୍ର ଏବଂ ଆଞ୍ଚଳିକ ଭିଟାମାଟି ସୁରକ୍ଷା ମଞ୍ଚ ଜଟଣୀ, ଡେଲାଙ୍ଗ ସଭାପତି କହିଛନ୍ତି । ଏହା ମାନ୍ୟବର ଆଇନମନ୍ତ୍ରୀ ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଲଵାନ୍ତରାୟଙ୍କ ପ୍ରଚେଷ୍ଟରେ ଯାହା ଫଳରେ ଦୀର୍ଘ ବର୍ଷ ଧରି ଜମିବାଡ଼ି ସମସ୍ୟାରେ ପେଷି ହେଉଥିବା ହଜାର ହଜାର ରୟତ ଉପକୃତ ହୋଇପାରିବେ । ତେଣୁ ରାଜ୍ୟ ସରକାରଙ୍କୁ ଉଭୟ ମଞ୍ଚ ପକ୍ଷରୁ କୃତଜ୍ଞତା.ଏହି ସାମ୍ମଳନି ବହୁ ରୟତ ଯୋଗଦେଇ ଖୁସି ବ୍ୟକ୍ତ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୧/୨୦୨୨----୮,୩୦  Sakhigopal News,6/1/2022


Blog Archive

Popular Posts