Breaking News

ଦୁଇ ଦିନିଆ ମହୁ ଚାଷୀ ମାନଙ୍କୁ ତାଲିମ ଶିବିର

Two-day honeymoon training camp for farmers.


ସାକ୍ଷୀଗେ।।ପଳ--- ଓଡିଶା ଜୀବିକା  ମିଶନ ଓ ମିଶନ ଶକ୍ତିଙ୍କ ଦ୍ୱାରା ଗଡମୃଗଶିରା ଗ୍ରାମ ପଞ୍ଚାୟତର ମହାସଂଘ ପ୍ରକୋଷ୍ଠରେ  ମହୁ ଚାଷ କରିଥିବା ୪ଟି ଗ୍ରୁଫର ୪୦ ଜଣ  ମହିଳା ମାନଙ୍କୁ ଦୁଇ ଦିନିଆ ଗ୍ରଶିକ୍ଷଣ ପ୍ରଦାନ କରାଯାଇଛି ।  ତାଲିମ ଦାତା ଭାବେ ଓମ ମହୁ ସଂସ୍ଥାର  ସତ୍ୟବାଦୀର  ଚିତ୍ତରଞ୍ଜନ ମଲିକ ଓ ଓଏଲଏମର ବିପିଏମ ମମତାମୟୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଗୋଷ୍ଠୀର ସଭାପତି, ସମ୍ପାଦିକା, ଏମବିକେ, ସିଆରପି ଓ କୃଷି ମିତ୍ର ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମହୁ ଚାଷ କରି ମହିଳା ଗୋଷ୍ଠୀ ମାନେ କିପରି ସ୍ୱାବଲମ୍ଭୀ ହୋଇ ପାରିବେ ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଓଡିଶା ଜୀବିକା ମିଶନ ପକ୍ଷରୁ ୨୩ ଗୋଟି ମହୁବାକ୍ସ ସହିତ ରାଣୀ ମହୁ ମାଛି ସହିତ ମହୁମାଛି ଯୋଗାଇ ଦିଆଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧/୨୦୨୨---୮.୫୦ 

 Sakhigopal News, 1/1/2022


Blog Archive

Popular Posts