Breaking News

ରୋଷୋଇ ବେଳେ ଗ୍ଯାସ ଟାଙ୍କି ଫାଟି ଘର ଜଳିଗଲା

ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ  ସିଂହବହ୍ମପୁର ଗ୍ରାମର ଶମ୍ଭୁନାଥ ପ୍ରଧାନଙ୍କ ଘରେ ପୁବାହ୍ନରେ ରୋଷୋଇ ବେଳେ ଗ୍ୟାସ ଲିକ ହୋଇ ଜଳିଉଠିଥିଲା  ।  ଗ୍ୟାସ ଲିକ ହୋଇ ଜଳି ଉଠିବାରୁ ପରିବାର ଲୋକ ମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ  । ମାତ୍ର ନିଆଁକୁ ଆୟତ୍ତ ନ କରିପାରିବାରୁ   ଭୟରେ ଘର ଛାଡି ଦେଇ ଡାକ ପକାଇଥିଲେ  । ମାତ୍ର ଗ୍ରାମବାସୀ ମାନେ ଏକଜୁଟ ହୋଇଥିଲେ ମଧ୍ୟ ଗ୍ୟାସ ଟାଙ୍କି ଜଳୁଥିବା ଦେଖି ଫାଟିଯିବା ଭୟରେ କେହି ଆଖ ପାଖରେ ରହିନଥିଲେ । ଯାହା ଫଳରେକି ଗ୍ୟାସ ଟାଙ୍ଗି ଅତ୍ୟଧିକ ଗରମ ହୋଇ ଫାଟି ଯିବାରୁ ତାଙ୍କର ଘର ଜଳିଯିବା ସହ ପାଖରେ ଥିବା ଆଜବେଷ୍ଟସ ଘର ଗୁଡିକ ଆଂଶିକକ୍ଷତି ହୋଇଛି । ଖବର ପାଇ ଡେଲାଙ୍ଗରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।  ଆରଆଇ ଅଗ୍ନିବପନ୍ନ ପରିବାରଙ୍କୁ ଭେଟି କ୍ଷୟକ୍ଷତିର ପ୍ରାଥମିକ ଆକଳନ   କରି ଫେରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts