ପ୍ଳାଷ୍ଟିକ ହଟାଅ ଓ ବାହ୍ଯ ଶୌଚ ମୁକ୍ତ ସଚେତନତା ଶୋଭାଯାତ୍ରା
ପିପିଲି--- ପିପିଲି ବ୍ଳକର ପୋପରଙ୍ଗା ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ ପକ୍ଷରୁ ପ୍ଳାଷ୍ଟିକ ହଟାଅ ଓ ବାହ୍ୟ ଶୌଚ ମୁକ୍ତ ଅଭିଯାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶୋଭାଯାତ୍ରାରେ ବିଜୁ ଯୁବ ବାହିନୀର ୫୦ରୁ ଅଧିକ ସଦସ୍ୟ ଯୋଗଦେଇଥିଲେ । ସଭାପତି ରାକେଶ ଡାଙ୍ଗୁଆ, ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଛୋଟରାୟ , ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ୱର ଜୋନର ସମ୍ପାଦକ ଶ୍ରୀଦେବ ଡାଙ୍ଗୁଆ,ପୋପରଙ୍ଗା ପଞ୍ଚାୟତର ଯୁବନେତା ପ୍ରତାପ ପ୍ରଧାନ, ଅଶ୍ୱନୀ ବଳିୟାରସିଂ ପ୍ରମୁଖ ଯୋଗଦେଇଥିଲେ । ପ୍ଳାଷ୍ଟିକ ବ୍ୟବହାର କରିବା ଯୋଗୁ ଆମର କେଁଉ ଭଳି କ୍ଷତି ହୋଉଛି ଏବଂ ବାହାରେ ମଳତ୍ୟାଗ କରିବା ଯୋଗୁ ନିଜେ ରୋଗ କିଣିବା ସହ ଅନ୍ୟ ମାନଙ୍କୁ ରୋଗ ବାଣ୍ଟୁଛ ବୋଲି ପଞ୍ଚାୟତର ବିଜୁ ଯୁବ ବାହିନୀର ସମ୍ପାଦକ ଶ୍ରୀ ଛୋଟରାୟ ଜନ ସାଧାରଣଙ୍କୁ ସଚେତନତା କରାଇଥିଲେ । ଏହି ସଚେତନତା ଶୋଭାଯାତ୍ରା ଶୁଆବରାଇ ଠାରୁ ଆରମ୍ଭ ହୋଇ ଦକ୍ଷିଣ ନୂଆଗାଁ ପର୍ଯ୍ୟନ୍ତ ପ୍ରାୟ ୫ କି.ମି ରାସ୍ତା ପରିକ୍ରମା କରିଥିଲା । ଆଗାମୀ ଦିନରେ ପ୍ରତି ପରିବାର ପାଖରେ ଏହି ସଚେତନତା ବାର୍ତ୍ତା ପହଞ୍ଚିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର
Biju juba bhani