ସତ୍ଯବାଦୀ ଜାଭିୟର ହାଇସ୍କୁଲ ପରିସରରେ ରାଜ୍ଯ ସ୍ତରୀୟ ବିଞାନ ମେଳା ଉଦ୍ଘାଟିତ
ସାକ୍ଷୀଗୋପାଳ---ଭୁବନେଶ୍ବର ---ପୁରୀ ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଥିବା ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ୨୦୧୯-୨୦୨୦ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଚକ୍ର ଉଦ୍ଘାଟନ କରିବା ସହ ସତ୍ୟର ଅନୁସନ୍ଦାନୀ କୁନି କୁନି ବୈଜ୍ଞାନୀକୁ ମାନଙ୍କୁ ସ୍ୱାଗତ କରିବା ସହ ସମାଜର ହିତଜ୍ଞାନରେ ଆସିବା ପାଇଁ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ସତ୍ୟବାଦୀ ଜାଭିୟର ହାଇସ୍କୁଲର ସଭାପତି ଡ. ସୁବାଷ ଚନ୍ଦ୍ର ମିଶ୍ର ସଭାରେ ସଭାପତିତ୍ୱ କରିଥିଲେ । ଅନ୍ୟତମ ଅତିଥି ବା ବିଚାରପତି ଭାବରେ ଡ. ସତ୍ୟ ନାରାୟଣ ସାହୁ, ଡ. ସନ୍ତୋଷ କାମୀ ମଲିକ, ଡ. ବିଚିତ୍ର ନନ୍ଦ ନାୟକ ଡ. ଫକୀର ମୋହନ ଧଳ ଯୋଗଦେଇଥିଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବିଦ୍ୟାଳୟର ସମ୍ପାଦକ ପ୍ରଭାତ କୁମାର ମିଶ୍ର, ସଂଯୋଜନା କରିଥିଲେ ସତ୍ୟବାଦୀ ହାଇସ୍କୁଲର ଶିକ୍ଷକ ସତ୍ୟବାଦୀ ଦାଶ । ଧନ୍ୟବାଦ ଦେଇଥିଲେ ଅଲ ଓଡିଶା ବେସରକାରୀ ବିଦ୍ୟାଳୟ ସଂଘର ସଭାପତି ସତ୍ୟନାରାୟଣ ମିଶ୍ର । ଏହି ଅବସରରେ ଭୁବନେଶ୍ୱର ମହୁରା, ସାମନ୍ତରାପୁର, ଲକ୍ଷ୍ମୀସାଗର, ଖୋର୍ଦ୍ଧା, ଖେଲାର, ନିମାପଡା, ପିପିଲି, ତିତ୍ତୋଲ, ଆନନ୍ଦପୁର, ନରସିଂହପୁର, ଚନ୍ଦନପୁର, ବଳଙ୍ଗା ଓ ବହ୍ମଗିରି ଆଦି ଜାଭିୟର ହାଇସ୍କୁଲର ୨୨୦ ଟି ପ୍ରକଳ୍ପ ଏହି ବିଞ୍ଜାନ ମେଳାରେ ସ୍ଥାନ ପାଇଛି ବୋଲି ସତ୍ୟବାଦୀ ଜାଭିୟର ସ୍କୁଲର ସମ୍ପାଦକ ପ୍ରଭା୍ତ କୁମାର ମିଶ୍ରଙ୍କ ଠାରୁ ସୂଚନା ମିଳିଛି । ବିଜ୍ଞାନ ମେଳାକୁ ସଫଳ କରିବା ପାଇଁ ଆସିଥିବା ସମସ୍ତ ବିଦ୍ୟାଳୟର ଡାଇରେକ୍ଟର, ଶିକ୍ଷକ, ଶିକ୍ଷୟତ୍ରୀ , ଗାଇଡି ଶିକ୍ଷକ ଓ ଅଭିଭାବକ ମାନେ ସହଯୋଗ କରିଛନ୍ତି । ଅପରାହ୍ନରେ ୧ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ୨୪ ଗୋଟି ପ୍ରକଳ୍ପ ଅଧିକାରୀ ମାନଙ୍କୁ ମାନପତ୍ର ଦେଇ ସମ୍ମ୍ମଦ୍ଧିତ କରାଯିବ । ଯୋଗ ଦେଇଥିବା ସମସ୍ତ ପ୍ରକଳ୍ପର ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯିବ ବୋଲି ବିଦ୍ଯାଳୟ ପକ୍ଷରୁ ସୂଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି