Breaking News

ରବି ଫସଲ ପାଇଁ ଚାଷୀ ମାନଙ୍କୁ ପ୍ରଶିକ୍ଷଣ


ଡେଲାଙ୍ଗ----ଡେଲାଙ୍ଗ ବ୍ଳକର  ଅରିଶଲ ପଞ୍ଚାୟତର ଜୟପୁର ଗ୍ରାମରେ  ପୂର୍ବ ଭାରତ ସବୁଜ ବିପ୍ଳବ ଯୋଜନା ସହାୟତାରେ ରବି ଫସଲ ପାଇଁ ଚାଷୀ ମାନଙ୍କୁ ଏକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।  ଏହି ପ୍ରଶିକ୍ଷଣ ଶିବିରରେ ଉପକୃଷି ନିର୍ଦ୍ଦେଶକ ପୁରୀ ଏସ. ଚନ୍ଦ୍ରଶେଖର ରାଓ  ଅତିଥି ଭାବେ ଯୋଗ ଦେଇ ଧାନ ପରେ ପରେ ରବି ଫସଲ କରିବା ପାଇଁ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବିଶେଷ କରି ମାଟି ପରୀକ୍ଷା, ଜୈବିକ ଖତ ପ୍ରୟୋଗ, ମାଟିର ଗୁଣ ଅନୁଯାୟୀ ସାର ଓ ଫସଲ କରିବା ସହ   ବିହନ ବିଶୋଧନ ଉପରେ ଆଲୋକପାତ କରିଥିଲେ । ଡେଲାଙ୍ଗ ବେରବୋଇ ସହକାରୀ କୃଷି ଅଧିକାରୀ ସୋନାଲୀ ମିଶ୍ର , ସହକାରୀ କୃଷି ଅଧିକାରୀ ରାକେଶ ରାଉତ, କୃଷି ଅଧିଦର୍ଶକ ସନାତନ ସାହୁ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ରହିଥିଲେ । ଏହି ଶିବିରରେ ଗ୍ରାମର ପ୍ରାୟ ୭୦ ଜଣ ଚାଷୀ ଯୋଗଦେଇଥିଲେ । ପ୍ରଶିକ୍ଷଣ ଶିବିରକୁ ବିଜୁ ଯୁବ ବାହିନୀର ସଭାପତି ସୌମ୍ୟ ରଞ୍ଜନ ରାଉତ ପରିଚାଳନା କରିଥିଲେ  ।   ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ ସଭ୍ୟ ବିଷ୍ଠୁ ରାଉତ, ଅଜୟ ପରିଡା ଓ ଦିବାକର ପରିଡା, ନାଲୁ ପରିଡା ପ୍ରଭାତ ସମାନ୍ତରାୟ ଦୁଃଶାସନ ବାରିକ ଓ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ସହଯୋଗ କରିଥିଲେ   ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts