ଦେୟ ମୁକ୍ତ ନିଯୁକ୍ତି ଭିତ୍ତିକ ଚୟନ ଶିବିର
ସାକ୍ଷୀଗୋପାଳ---- ସତ୍ଯବାଦୀ ବ୍ଳକର ବଳପୁର ପଞ୍ଚାୟତର ଜୟଦୁର୍ଗା ମହିଳା ସମିତି କାର୍ଯ୍ଯାଳୟ ପରିସରରେ ଏକ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଭୁବନେଶ୍ବର ନାଇସି କମ୍ପ୍ଯୁଟର ଏଜୁକେସନ୍ ସୋସାଇଟି ପକ୍ଷରୁ ଏହି ଚୟନ ଶିବିରର ଆୟୋଜନ କରାଯାଇଥିଲା । ପଞ୍ଚାୟତରୁ ୨୪ଜଣ ଯୁବକ ଯୁବତୀ ମାନେ ଏଥିରେ ଯୋଗ ଦେଇଥିଲେ। ଏହି କାର୍ଯ୍ଯକ୍ରମଟି ଦୀନ ଦୟାଲ ଉପାଧ୍ଯାୟ ଗ୍ରାମୀଣ କୌଶଲ ଯୋଜନା ତରଫରୁ ଆୟୋଜନ କରାଯାଇଥିଲା । ସିଲେଇ ଶିକ୍ଷା ପାଇଁ ୪ ଜଣ ଓ ଡାଟାଏଣ୍ଟି ବିଭାଗରେ ୧୫ ଜଣ ଯୁବକ ଯୁବତୀ ସେମାନଙ୍କ ନାମ ରେଜେଷ୍ଟିସନ କରିଥିଲେ । ଏହି କାର୍ଯ୍ଯକ୍ରମକୁ ପଞ୍ଚାୟତର ସରପଞ୍ଚ ତ୍ରିନାଥ ମହାପାତ୍ର ଓ ବଳପୁର ପଞ୍ଚାୟତର ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ଲକ୍ଷ୍ମୀପିୟା ଦାଶ ଶିବିରକୁ ଉଦଘାଟନ କରିଥିଲେ । ଓରମାସର ଜିଲ୍ଳା ସଂଯୋଜକ ବିକାଶ ରାଉତ , ବ୍ଳକ ଦକ୍ଷତା ବିକାଶ ସଂଯୋଜକ ଲୋପାମୁଦ୍ରା ଜେନା ,ଓଡିଶା ଜିବିକା ମିଶନର ବ୍ଳକ ସ୍ତରୀୟ ସଂଯୋଜକ ଅଜୟ ପ୍ରଧାନ ଓ ପଞ୍ଚାୟତର ମୋଟିଭେଟର ଜୋସ୍ନାରାଣି ଜେନା ଉପସ୍ଥିତ ରହିଥିଲେ । ନାଇସି ଅନୁଷ୍ଠାନ ସେଣ୍ଟରର ପରିଚାଳକ ଅନୀଲ କୁମାର ଘଢେଇ ଓ ସେଣ୍ଟରର ଟ୍ରେନର ସସ୍ମିତା ମହାପାତ୍ର ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ତାଲିମ ସମ୍ପର୍କରେ ବୁଝାଇଥିଲେ ।। ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି