ଦାରିଙ୍ଗବାଡି ଠାରେ ଶାନ୍ତି ମହୋସ୍ବ ପାଇଁ ପ୍ରସ୍ତୁତି ବୈଠକ
କନ୍ଦମାଳ---- ଗୁରୁବାର ଦିନ କନ୍ଧମାଳ- ଜିଲ୍ଲା ଦାରିଙ୍ଗବାଡି ଠାରେ ଏକ ଶାନ୍ତି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଦାରିଙ୍ଗବାଡି CNI ସୋନାମହ ଚର୍ଚ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୦/୧୧ ରିଖ ଅର୍ଥାତ ଶନିବାର ଓ ରବିବାର ଏ ଦୁଈ ଦିନିଆ ଶାନ୍ତି ମହୋତ୍ସବ ଅନୁଷ୍ଠିତ ହେବ । ଶାନ୍ତି ଓ ଶୃଂଙ୍କାଳରେ କିପରି ଶେଷ ହେବ ହେବ ଏଥି ନିମନ୍ତେ ସମସ୍ତଙ୍କର ସାହାର୍ଯ୍ଯ ଓର୍ତ୍ତା ସହଯୋଗ ପାଇଁ ନିବେଦନ କରାଯାଇଛି । ଏଥିରେ ଫୁଲବାଣୀ ଧର୍ମ ଚର୍ଚ୍ଚର .ବିଜୟ କୁମାର ନାୟକ ଓ ମିଶନାରୀ ସମେତ ମଣ୍ଡଳୀ ର କର୍ମକାର୍ତ୍ତା ମାନେ ଯୋଗ ଦେବା ସହ ଓ ଶାନ୍ତି ମହୋଉସ୍ବରେ ପ୍ରାୟ ଏକ ଲକ୍ଷରୁ ଅଧିକ ଲଘୁସଂପ୍ରଦାୟର ଲୋକ ଜମା ହେବା ବିଷୟ ବୈଠକରେ ଆଲୋଚନା କରାଯାଇଥିଲା । ଏଥି ନିମନ୍ତେ ଏକ ହଜାରରୁ ଅଧିକ ସେଚ୍ଛାସେବି ମାନେ ରହିବେ ଓ ପ୍ରତି ୫୦ ଜଣଙ୍କ ମଧ୍ୟରେ ଜଣେ ମହିଳା ସୋଚ୍ଛାସେବି ରହିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କନ୍ଧମାଳ ପାଇଁ ଏକ ଗୌରବ ହୋଇଥିବାରୁ ପ୍ରଶାସନ ତରଫରୁ ମଧ୍ୟ ଏହି ମହା ସମାବେଶକୁ ସଫଳ ସୁନ୍ଦର କରିବା ପାଇଁ ଚେଷ୍ଟା ଜାରି ରଖି ଛନ୍ତି । କାରଣ ଏଥିରେ Dr.ପାଉଲ ଦିନକରଣ ଓ ସହଧର୍ମିଣୀ ଙ୍କ ସହିତ ଜଏଲନ ଦିନକରଣ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି । କନ୍ଦମାଳରୁ ----ମନୋଜ କୁମାର ପଣ୍ଡା