ବିଶ୍ବଶାନ୍ତି ମହାରୁଦ୍ର ଅଭିଷେକ ପାଇଁ ପ୍ରସ୍ତୁତି ବୈଠକ
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଳାର ସତ୍ଯବାଦୀ ବ୍ଳକର ଅଳଗୁମ ରେ ପୁଜିତ ଗତିଶ୍ବର ମହାଦେବଙ୍କ ପୀଠରେ କାର୍ତ୍ତିକମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠତ ହୋଇଯାଇଛି । ରୁଦ୍ରାଭିଷେକ ପରିଷଦ ଅଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା ଉକ୍ତ ବୈଠକରେ ସଭାପତିତ୍ବ କରିଥିଲେ ।ସାତଦିନ ଧରି ବିଶ୍ବଶାନ୍ତି ରୁଦ୍ରାଭିଷେକ କରାଯିବ । ଏହି ଅବସରରେ ମନ୍ଦିର ପରିସର ଓ ବାହାରେ ହସ୍ତଶିଳ୍ପ, କବିତା ଆସର , ପୁସ୍ତକ ପ୍ରଦର୍ଶନୀ ,ବାଳୁକିକଳା ,ଭଜନ କୀର୍ତ୍ତନ ସହ ସାଂସ୍କୃତିକ ଆଦି କାର୍ଯ୍ଯକ୍ରମ ମାନ କରାଯିବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ବୈଠକରେ ପରିଷଦର ସମ୍ପାଦକ ଉପେନ୍ଦ୍ର ପଣ୍ଡା ,ଯଯାତି କେଷରୀ ରାୟ ,ପ୍ରଶାନ୍ତ କୁମାର ବିଶ୍ଵାଳ ,ଡ.ଯୋଗେନ୍ଦ୍ର ନାୟକ ,ପାଣ୍ଡବ ମହାରଣା,ପ୍ରମୋଦ ନାୟକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୂଖ ଉପସ୍ତିତ ରହି ଆଲୋଚନାରେ ଭାଗ ନେଇଥିଲେ । ସାକ୍ଷୀଗୋପାଳରୁ। ଧୀରେନ୍ଦ୍ର ସେନାପତି
Algum gateswar trea pasutibaitka