ମହିଳା ଚାଷୀ ଫସଲ ହାନି ଯୋଗୁ କୀଟନାଶକ ପିଇ ଆତ୍ମହତ୍ୟା
କନ୍ଦମାଳ--–-
କନ୍ଧମାଳ ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ପଞ୍ଚାୟତ ବରିକିଆ ଗ୍ରାମ ରେ ଏକ ଦୁଃଖଦ ଘଟଣା ଘଟିଛି .। ଅନିତା ମଳିକ (୪୫) ବର୍ଷ କୀଟନାଶକ ପିଇ ମୃତ୍ୟୁ ବରଣ କରିଛନ୍ତି । ସ୍ୱ|ମି ଶ୍ରୀକାନ୍ତ ମଳିକ କହିବା ଅନୁସାରେ ଅନିତା ବିଲ ବୁଲିବା ପାଇଁ ଯାଇଥିଲା ଧାନ ଫସଲ ନଷ୍ଟ ହୋଇଥିବା ଦେଖି କାନ୍ଦି କାନ୍ଦି ଘର କୁ ଫେରି ଥିଲେ ।। ତିତିଲି ବର୍ଷା ଦ୍ଵାରା ନଷ୍ଟ ହୋଇଥିବା ଦେଖି ସ୍ୱ|ମି ସହ ଆଲୋଚନା କଲା ପରେ ପିଲାମାନଙ୍କୁ ଖାଇବାକୁ ଦେଇଥିଲା । ପରେ ଖାଇବି କହି ଘରକାମ କରରିଥିଲା । ସମସ୍ତେ ଶୋଇଲା ପରେ କୀଟନାଶକ ଖାଇଦେଇଥିଲା । ବିଷ ଯନ୍ତଣାରେ ଛଟପଟ ହେଉଥିବା ଦେଖି ବାଲିଗୁଡ଼ା ଡାକ୍ତରଖାନା କୁ ଅଣା ଯାଇଥିଲା । ବାଲିଗୁଡ଼ା ଡ଼କ୍ଟର ଅନିତା ର ଅବସ୍ଥା ଦେଖି ଫୁଲବାଣୀ ପଠେଇ ଦେଇଥିଲେ । ଫୁଲବାଣୀ ଡାକ୍ତରଖାନାରେ ଅନିତାର ଚିକିତ୍ସ| ଜାରି ରହିଥିବା ବେଳେ ମୃତ୍ୟୁ ଘଟିଥିଲା । ଅନିତା ର ମୃତ୍ୟୁ ଶରୀର କୁ ବ୍ଯବଛେଦ କରାଯିବା ପରେ ତାଙ୍କ ଗ୍ରାମକୁ ନିଆଯାଇଥିଲା ।। କନ୍ଦମାଳରୁ --- ମନୋଜ କୁମାର ପଣ୍ଡା
Mahaila chasiera muthu