Breaking News

ବର୍ଷାରେ ବିଦ୍ୟାଳୟ ପାଚେରୀ ଭୁଷୁଡିଲା ,୨୦ତାରିଖରୁ ବିଦ୍ୟାଳୟ ଖୋଲିବ



 କଣାସ, ---ଦିନକ ପରେ ବିଦ୍ୟାଳୟ ଖୋଲିବାକୁ ଥିବାବେଳେ ଗତକାଲି କଣାସ ବ୍ଲକ ଦେଇପୁର ଗ୍ରାମପଞ୍ଚାୟତର ତେଲଙ୍ଗାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୁଇ ଶହ ଫୁଟରୁ ଅଧିକ ବିଦ୍ୟାଳୟ ସୁରକ୍ଷା ପାଚେରୀ ଭୁଷୁଡି ପଡିଛି । ବିଦ୍ୟାଳୟ ଖୋଲିଲେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେବେ । ବିଦ୍ୟାଳୟର ଶ୍ରେଣୀ ଗୃହକୁ ଲାଗି ପାଚେରୀଟି ରହିଥିଲା । ପାଚେରୀ ଭୁଷୁଡି ପଡିବାରୁ ପ୍ରଧାନ ଶିକ୍ଷକ ପ୍ରତାପ କେଶରୀ ରାୟ କଣାସ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ଲିଖିତ ଅଭି ଯୋଗ କରିଛନ୍ତି । ଯୁଦ୍ଧ କାଳୀନ ଭିତରେ ତାହା ମରାମତି କରା ନଗଲେ ଅବାଧରେ ଗୋରୁ ଗାଈ  ସ୍କୁଲ ପରିସରରେ ପ୍ରବେଶ କରିବେ । କଣାସରୁ ସୁଜିତ ତ୍ରିପାଠୀ ଙ୍କ ରିପୋର୍ଟ,୧୮/୫/୨୦୨୫---୯,୩୫ Sakhigopal News,18/6/2025

Blog Archive

Popular Posts