ସାହସପୁର ଠାରୁ କଉଡିଖଣି ରାସ୍ତା ଅବସ୍ଥା ଶୋଚନୀୟ ; ବିଭାଗୀୟ ଅଧିକାରୀଙ୍କ ଜଣାନାହିଁ
କଣାସ,-- ରାଜ୍ୟରେ ଡବଲ ଇଞ୍ଜିନି ସରକାରଙ୍କ ଏକବର୍ଷର ସଫଳତା ବଖାଣି ଚାଲିଛନ୍ତି। ଅନ୍ୟ ପକ୍ଷେ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ରାସ୍ତା ନିର୍ମାଣ ପରେ ରକ୍ଷଣ ବେକ୍ଷଣ ଦାୟିତ୍ଵରେ ଥିବା ସରକାରୀ ଅଧିକାରୀମାନଙ୍କ ଦାୟିତ୍ଵ ହୀନତା ଯୋଗୁଁ କାମ କରାଯାଇଥିବା ରାସ୍ତା ଗୁଡିକ ଖୁବ କମ ଦିନରେ ଶୋଚନୀୟ ହୋଇପଡିଥିବାର ଦେଖିବାକୁ ମିଳିଛି । କଣାସ ବ୍ଲକ କାଦୁଆ ପ ।ୟତର ସ କଉଡିଖଣି ରୁ ସାହସପୁର ପ୍ରଧାନମନ୍ତ୍ରୀ ସଡକ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏକ ବର୍ଷ ହେବ ନିର୍ମାଣ କରାଯାଇଥିବା ଟାଇଲ ରାସ୍ତାରୁ ଉଠି ଯାଇଥିବାରୁ ଯିବାଆସିବା ସମୟରେ ଛୋଟବଡ ଦୁର୍ଘଟଣା ମାନ ଘଟୁଛି । ଉକ୍ତ ରାସ୍ତା କାର୍ଯ୍ୟାଳୟ କଣାସଠାରେ ଥିଲେ ମଧ୍ୟ ଦିନରାତି କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଉକ୍ତ ଗ୍ରାମବାସୀମାନେ ବାରମ୍ବାର ରାସ୍ତା ମରାମତି ସଂପର୍କରେ ବିଡିଓଙ୍କ ନିକଟରେ ଦାବୀ କରିଆସୁଛନ୍ତି । ସେହିପରି ସାହସପୁରଠାରୁ ସାନଓରା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ରାସ୍ତାରେ କେତେକ ବ୍ୟକ୍ତି ଟ୍ରାକ୍ଟର ଯୋଗେ ମାଟି ବୋହୁଥିବାରୁ ରାସ୍ତା ସାରା ମାଟି ପଡ଼ିଛି । ଦୁଇଦିନ ଧରି ବର୍ଷା ହେବାରୁ ଉକ୍ତ ରାସ୍ତାରେ ଚାଲିକରି ଯିବା କଷ୍ଟକର ହୋଇପଡିଥିବାବେଳେ ମଟର ସାଇକେଲ ଆରୋହୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ମାନଙ୍କ କିପରି ଦୃଷ୍ଟି ପଡୁ ନାହିଁ ଜନସାଧାରଣରେ ଆଲୋଚନାର ବିଷୟବସ୍ତୁ ହୋଇଛି । ରାସ୍ତା ରେ ମାଟି ପଡିଥିବା ଓ ରାସ୍ତାରୁ ଟାଇଲ ଉଠି ଯାଇଥିବା ହେତୁ ରାସ୍ତା ଟି ଏବେ ବ୍ଳାକସଷ୍ଟ ହୋଇଯାଇଛି। କଣାସରୁ ସୁଜିତ ତ୍ରିପାଠୀ ଙ୍କ ରିପୋର୍ଟ,୧୮/୬/୨୦୨୫---୯,୨୫ Sakhigopal News,18/6/2025