Breaking News

ପ୍ରଥମ ବାର୍ଷିକ ଶ୍ରୀମଦ ଭାଗବତ ନାମଯଞ

ଅସ୍ତରଙ୍ଗ----- ପୁରୀ ଜିଲ୍ଳାର ଅସ୍ତରଙ୍ଗ ବ୍ଳକର   ଆଳଙ୍ଗପୁର ଓଁ ମା ଶ୍ରୀ ଉଗ୍ରତାରାଙ୍କ ପୀଠରେ ଶ୍ରୀ ମଦ ଭାଗବତ କଥା ପ୍ରଚାର ପ୍ରସାର ସମିତି ପକ୍ଷରୁ  ପ୍ରଥମ ବାର୍ଷିକ ଶ୍ରୀ ମଦ ଭାଗବତ କଥା ଓ ନାମଯ୍ରଞ ଆରମ୍ଭ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ୭ଦିନ ଧରି ଚାଲିବ l                 ଓଡିଶା ର ବାଳଶୁକ  ଶ୍ରୀ ମହେଶଜୀ ଙ୍କ ଦ୍ୱରା ଅନୁଷ୍ଠିତ ହୋଇଛି l ପଥମେ ଗ୍ରାମ ର ୧୦୮ ଜଣ ମହିଳା ଵିଧି ବିଧାନ ରେ ଦେବୀ ନଦୀରୁ ଘଟ ବୁଡାଇଥିଲେ ।  ଘଣ୍ଟ, ଘଣ୍ଟି, ବୈରଖ,ଶଙ୍ଖ, ବାଜା ଓ ବାଣ ଫୁଟାଇ ଏକ ରୋଷଣୀ ରେ ନଦୀ ଠାରୁ 5 କିଲୋମିଟର କଳସଧରି ଚାଲି ଚାଲି ଗ୍ରାମ ରେ ଥିବା ଉଗ୍ରତାରା ମନ୍ଦୀର ନିକଟକୁ ଆସିଥିଲେ l ପ୍ରଥମ୍ନ କରି ଆମ୍ଭ ଗ୍ରାମରେ ଭାଗବତ କଥା ଆଧାତ୍ମିକ କାର୍ଯ୍ୟକ୍ରମ ରେ କଳସ ଯାତ୍ରା ରେ ଭାଗ ମିଳିଥିବାରୁ ବହୁତ ଆନନ୍ଦଦିତ ଲାଗୁଚି ବୋଲି ମହିଳା କଳସ ଧlରି  କହନ୍ତି l   କଳସ ଯାତ୍ରା ଏକ ପାରମ୍ପରିକ ଓଁ ଆଧାତ୍ମିକ ଯାତ୍ରା ଯେକୌଣସି ଶୁଭ କାର୍ଯ୍ୟ ରେ ପ୍ରଥମେ କଳସ ପୂଜା କରାଯାଏ   ।।  ଆଧାତ୍ମିକ କାର୍ଯ୍ୟକ୍ରମ କରିବା ଦ୍ୱରା ଯୁବ ସମାଜ ଶୃଙ୍ଖଳିତ ହେବେ ଓ ମନଭିତରେ ଭକ୍ତି ଭାବନା ଜାଗ୍ରତ ହେବ,  ସହରରେ      ଏସବୁ କାର୍ଯ୍ୟକ୍ରମ ହଜି ଯାଉଥିବା ବେଳେ ଗ୍ରାମ ମାନଙ୍କ ରେ ବଜାଇରଖିବା ନିହାତି ଅବଶକୀୟ ବୋଲି ଆୟୋଜକ ମାନେ କୁହନ୍ତି l     ନିମାପଡିରୁ।   ଜୟନ୍ତ ସେଠୀ
PRATHAMA BARSIKA SRIMADD BHAGABATA NAMA JANGYAN 
BY - JAYANTA SETHI ( NIMAPADA )

Blog Archive

Popular Posts