ସହିଦ ଅଚ୍ଯୁତ ସାହୁଙ୍କ ସ୍ମୁତିରେ କ୍ଯାଣ୍ଡେଲ ଶୋଭାଯାତ୍ରା-
ଡେଲାଙ୍ଗ -ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦୀ ହୋଇଥିବା ଦୂରଦର୍ଶନର ଫଟୋ ସାମ୍ବାଦିକ ଅଚ୍ଯୁତ ସାହୁଙ୍କ ମୃତ୍ୟୁରେ ଡେଲାଙ୍ଗ ପ୍ରେସ କ୍ଲବ ତରଫରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରେସକ୍ଲବର ସଭାପତି ପ୍ରସନ୍ନ ତ୍ରିପାଠୀ ଙ୍କ ନେତୃତ୍ବରେ ଡେଲାଙ୍ଗ ପ୍ରଭାତ କ୍ଲବ ପରିସରରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ମୁଖ୍ୟଅତିଥି ଭାବରେ ବ୍ଳକ ବିଜେଡି ସଭାପତି ବୈରାଗି ଜେନା ଯୋଗ ଦେଇ ସହିଦ ଶ୍ରୀ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଧୂପ ଦୀପ ଦେଇ ସହିଦ ଙ୍କର ସଦଗତି କାମନା କରି ଦୁଇମିନିଟ୍ ନିରବ ପାର୍ଥନା କରାଯାଇଥିଲା ।। ପରେ ପରେ ପ୍ରଭାତ କ୍ଳବ ଠାରୁ କ୍ଯାଣ୍ଡେଲ ଶୋଭାଯାତ୍ରା ବାହାରିଥିଲା ।ଏହି କ୍ଯାଣ୍ଡେଲ ଶୋଭାଯାତ୍ରା ବଜାର ପରିକ୍ରମା କରି ଥାନା ଛକ ପର୍ଯ୍ଯନ୍ତ ଯାଇଥିଲା । ଡେଲାଙ୍ଗ ପ୍ରେସ କ୍ଲବର କାର୍ଯ୍ଯକାରି ସଭାପତି ଧୀରେନ୍ଦ୍ର ସେନାପତି , ସମ୍ପାଦକ ସନ୍ତୋଷ ପଟ୍ଟନାୟକ ଓ ବିଜୟ କୁମାର ମହାପାତ୍ର ରଶ୍ମି ରଂଜନ ପ୍ରଧାନ, ଚିତ୍ତ ରଂଜନ ଜେନା, ଦିଲ୍ଲୀପ ଧାଉଡିଆ,ନିରଞ୍ଜ୍ନନ ନାୟକ, ଲୋପାମୁଦ୍ରା ସ୍ବାଇଁ ,ଗିତାରାଣି ରଣଜିତ ଏବଂ ଦିବାକର ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ।
SAHEED ACHYUTA SAHUNKA SMRUTIRE CANEDL SOBHAJATYA
DELANGA