ପିପିଲିରେ ବେଆଇନ ବାଣ କାରଖାନା ଠାବ , ବୁପୁଳ ପରିମାଣର ବାରୁଦ ଓ ବାଣ ଜବ
ପିପିଲି----ପିପିଲି ପୋଲିସ କୈଣସି ସୁତ୍ରରୂ ଖବର ପାଇ ଜୟପୁର ଶାସନ ଗ୍ରାମର ରବି ସାହୁ ଙ୍କ ଘର ଉପରେ ଅଚାନକ ଚଢାଉକରିଥିଲେ । ସେଠାରୁ ପିପିଲି ପୋଲିସ ଜବତ କରିଛି ବିପୁଳ ପରିମାଣ ବେଆଇନି ବାଣ ସହ ବାରୁଦ ଏବଂ କେମିକାଲ ପିପିଲି ପୋଲିସ ଜ୍ରବତ କରିଛି । ଜବତ ହୋଇଥିବା ସାମଗ୍ରୀର ମୂଲ୍ଯ ପାଖାପାଖି ୫ ଲକ୍ଷ ଟଙ୍କୀରୁ ଉର୍ଦ୍ଧ୍ବ ହେବ ବୋଲି ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁଙ୍କ ଠାରୁ ପ୍ରକାଶ ।ପୋଲିସ ଚଡାଉ କରିବା ଜାଣିପାରି ଶ୍ରୀ ସାହୁ ଓ ତାଙ୍କ ପୁଅ ଅତିଚତୁରାତର ସହ ଖସି ପଳାଇଛନ୍ତି । ପିପିଲି ପୋଲିସ ସେମାନଙ୍କୁ ଧରିବାପାଇଁ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି । ପିପିଲି ପୁଲିସ କହିବା ମୁତାବକ ବିଗତ ବର୍ଷ ସେହି ଘରେ ବେଆଇନି ବିସ୍ଫୋରଣ ବାଣ ରଖି ଶ୍ରୀ ସାହୂ ଗିରଫ ହୋଇଥିଲେ । ପିପିଲି ଥାନାରେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି । ପିପିଲି ଥାନା ଅଂଞ୍ଚଳରେ ପୁଲିସ ପକ୍ଷରୁ ବେଆଇନି ବାଣ ବିସ୍ଫୋରଣ ସାମଗ୍ରୀ ଉପରେ ନଜର ରଖଯାଇଛି ବୋଲି ଥାନା ଅଧିକାରୀ ଶ୍ରୁ ସାହୁ କହନ୍ତି ।
ପିପିଲିରୁ ------ ବିଜୟ ମହାପାତ୍ର ।।
ପିପିଲିରୁ ------ ବିଜୟ ମହାପାତ୍ର ।।
PIPILI RE BEAAIN BANA KARAKHANA THABA , BIPULA PARIMANARA BARUDA O BANA JABAT
BY - BIJAYA MAHAPATRA ( PIPILI )