Breaking News

ବିଳମ୍ବିତ ରାତିରେ ହଷ୍ଟେଲ ପାଚେରୀ ଡେଇଁ ପଳାଇ ଆସିଲେ ଦୂଇ ଛାତ୍ରୀ

କୋର୍ଣାକ -   ରମାଦେବୀ ବାଳିକା ବିଦ୍ୟାଳୟ ନହରକଣ୍ଟା ରୁ ଦୁଇ ସପ୍ତମ ଶ୍ରେଣୀ ଛାତ୍ରୀ ବିଦ୍ଯାଳୟ ପରିସରରେ ଥିବା ହଷ୍ଟେଲରୁ ରାତ୍ରି ରେ ପାଚେରୀ ଡେଇଁ ପଳାଇ ଆସିଲେ 60 କିଲୋମିଟର ଦୂରତା ଘରକୁ l  ଯିହାକି ସ୍ଥାନୀୟ ଆଞ୍ଚଳରେ ମୁଖ୍ଯ ଆଲୋଚନାର ବିସୟ ହୋଇଛି । ସୁଚନା ଯୋର୍ଗ ଯେ  ପଲ୍ଲୀଉନ୍ନୟନ ସେବା ସମିତି, ନହରକଣ୍ଟା, ଭୁବନେଶ୍ୱର  ଅଧୀନରେ ଥିବା ରମାଦେବୀ ବାଳିକା ବିଦ୍ୟlଳୟ  ରୁ ଦୁଇ ଜଣ ସପ୍ତମ ଶ୍ରେଣୀ ଛାତ୍ରୀ ରାତ୍ର 10.30 ମିନିଟ ରେ ସ୍କୁଲ ପାଚେରୀ ଡେଇଁ ଘରକୁ ପଳେଇ ଆସିଛନ୍ତି ।  ସ୍କୁଲ ମାନଙ୍କରେ ଥିବା ହଷ୍ଟେଲ ରେ ପିଲାଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରଛି l ସୂଚନା ଅନୁସାରେ ଗୋପ କୁସୁପୁର ଅଂଚଳରେ ଗୀତା ମାଟି ପରିବାର ର ଆର୍ଥିକ ଅଭାବ ରୁ ଝିଅ ସ୍ୱର୍ଣ କୁ12 ବର୍ଷ ।  ପଲ୍ଲୀଉନ୍ନୟନ ସେବା ସମିତି ରେ ଛାଡିଥିଲେ   l କିନ୍ତୁ କିଛିଦିନପରେ  ମା ଗୀତା ଝିଅକୁ ଆଣିବାକୁ ଯାଇଥଲେ ମଧ୍ୟ ସେବା ସମିତି ଝିଅକୁ ଛାଡିବାକୁ ମନା କରିଦେଈଥିଲେ ବୋଲି ମା ଗୀତା ଅଭଯୋଗ କରନ୍ତି l କିନ୍ତୁ ଗତକାଲି ରାତ୍ରୀ ରେ ସ୍କୁଲ ରୁ ପାଚେରୀ ଡେଇଁ ସ୍ବର୍ନ ଓ ସହପାଠୀ ଅନାଥ ରୁଚି ରାତ୍ର  10.30ରେ ଚାଲି ଚାଲି ବାଣୀବିହାର ଠାରୁ ଅଟୋ କରି ଘରକୁ ବୁଲିବାକୁ ପଳାଇ ଆସିଥିଲେ ବୋଲି ଛାତ୍ରୀ  କୁହନ୍ତି l ଏହି ଘଟଣାର ଖବରପାଇ ରମାଦେବୀ ବାଳିକା ସ୍କୁଲ ଶିକ୍ଷକ ପ୍ରଶାନ୍ତ ବେହେରା ସକାଳୁ ଛାତ୍ରୀ ଙ୍କ ଘର କୁସୁପୁର ଠାରେ ପହଞ୍ଚି ଉଭୟ ଛାତ୍ରୀ ଥିବାର ଦେଖିଥିଲେ ।  ଶିକ୍ଷକ ଜଣଙ୍କ ସମିତି ସମ୍ପାଦକ ସ୍ଵାତି ସୁଚସ୍ମିତା ପାତ୍ର ଙ୍କୁ ଜଣାଇଛନ୍ତି l ଏପଟେ ମୋ ଝିଅ କିପରି ଆସିଲା ତାହା ତଦନ୍ତ ନକରି ମୋ ଝିଅ କୁ ସେଠାକୁ ନେବାକୁ ଆସିଛନ୍ତି , ମୋ ଝିଅ ସେଠାରେ ସୁରକ୍ଷିତ ନୁହେଁ ବୋଲି ଝିଅ ର ମା ଅଭିଯୋଗ କରିଛନ୍ତି  l ଏପଟେ ସ୍କୁଲ କର୍ତ୍ତୃପକ୍ଷ ଏହି ଘଟଣା କୁ ସତ ମାନିବା ସହ ସୁରକ୍ଷା ଢିଲା ଥିବାରୁ ଏପରି ଘଟଣା ଘଟିଛି ବୋଲି ସ୍କୁଲ ଶିକ୍ଷକ କହିଛନ୍ତି l   ସ୍କୁଲ ପାଚେରୀ ଡେଇଁ କିପରି ଛାତ୍ରୀ ଦୁହେଁ ଆସିଲେ କେମିତି ଓ ରାତ୍ରୀ ସାରା କେଉଁଠି ଥିଲେ ତାହା ତଦନ୍ତ ପରିସର ଭୁକ୍ତ ହେବା ଦରକାର ବୋଲି ସାଧାରଣରେ ଚର୍ଚା ହେଉଛି   
  ନିମାପଡାରୁ ଜୟନ୍ତ ସେଠୀ
bilambita rati re hostel pacheri dein palai asile dui chhatri
by - jayanta sethi ( nimapada )

Blog Archive

Popular Posts