ପିପିଲି ପୌରାଞ୍ଚଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ପିପିଲି---- ପିପିଲି ପୌରାଞ୍ଚଳରେ ବିଜେଡି ପକ୍ଷରୁ ଜନ ସମ୍ପକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ତଥା କୃଷି ଓପଞ୍ଚାୟତ ରାଜ ମନ୍ତୀ ପ୍ରଦୀପ ମହାରଥୀ ହଜାରହଜାର ମହିଳା ଓପୁରୁଷ ଦଳୀୟ କର୍ମୀଙ୍କ ସହ ପିପିଲି ପୌରାଞ୍ଚଳର ବିଭିନ୍ନ ଵାର୍ଡ ବୁଲିଥିଲେ । ମନ୍ତୀ ପଦଯାତ୍ରା ସମୟରେ ଯୁବ ଗୋଷ୍ଠୀ ଓ ମହିଳା ମାନେ ବିଭିନ୍ନ ସ୍ଥାନରେ ସ୍ବାଗତ କରିବା ସହିତ ସେମାନଙ୍କ ଵାର୍ଡରେ ଥିବା ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ । ସେହିପରି କିଛି ଲୋକ ସେମାନଙ୍କ ସମସ୍ଯା କହିଥିଲେ । ମନ୍ତୀ ତୁରନ୍ତ ସମାଧାନ ଅରାଯ ବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଚିନ୍ତାଧାର ଓ ଜନହିତକର ଯୋଜନା ର ସୁଫଳ ପ୍ରତିପରିବାର ପାଖରେ ପହଞ୍ଚିକି ନାହିଁ ତାହା ଵାର୍ଡ ବାସୀଙ୍କ ଠାରୁ ପଚାରି ବୁଝିଥିଲେ । ପଦଯାତ୍ରାରେ ପିପିଲି ବ୍ରକ ବିଜେଡି ସଭାପତି ପ୍ରଫୁଲ କୁମାର ସ୍ବାଇଁ, ବ୍ଳକ ଅଧ୍ଯକ୍ଷା କଳ୍ପନା ସାମନ୍ତରାୟ , ଉପାଧ୍ଯକ୍ଷ ଯୁଧିଷ୍ଠିର ସ୍ବାଇଁ, ଆତ୍ମା ଅଧ୍ଯକ୍ଷ ଧରଣିଧର ସାହୁ , ଡେଲାଙ୍ଗ ବ୍ଳକ ବିଜେଡି ସଭାଫତି ବୈରାଗୀ ଜେନା , କିଶୋର ଛୋଟରାୟ,,ପୂର୍ବତନ ଏନଏସି ଅଧ୍ଯକ୍ଷ ଶେଖ ବାବୁ , ପ୍ରଫୁଲ କୁମାର ସାହୁ , ସଦାଶିବ ଦାସ,ଶରତ ବେହେରା,ଅଭିମନ୍ଯୁ ସେଠି , ଅନାମ ମହାରଣା, ମନୋଜ ଦାସ, ପ୍ରମୋଦ କୁମାର ମହାପାତ୍ରଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ଯ ସଭ୍ଯାଙ୍କ ସହିତ କର୍ମୀ ମାନେ ପଦଯାତ୍ରା କରୁଥିବା ବେଳେ ଅନ୍ଯ ପକ୍ଷେ ସେହି ରାସ୍ତାରେ ବିଜେପି ପକ୍ଷରୁ ବ୍ଳକ ଘେରାଉ ପାଇଁ ଶେଭାଯାତ୍ରା ଯାଉଥିଲା । ଐହାକୁ ନଜର କରି ପିପୀଲି ଥାନା ଆଇଆଇସି ଶରତ କୁମାର ସାହୁ ପୋଲିସ ର୍ଫୋସ ସହ ଉପସ୍ଥିତ ରହି ଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
BJD padajatra