Breaking News

ବାବା ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ଚଉଦତମ ବାର୍ଷିକ ରୁଦ୍ର ମହାଯଜ୍ଞ ଆରମ୍ଭ



ସାକ୍ଷୀଗୋପାଳ,---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତ ସ୍ଥିତ ବାହ୍ମଣପଡା ଗ୍ରାମରେ ପୂଜିତ ବାବା ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ଚଉଦତମ ବାର୍ଷିକ ରୁଦ୍ର ମହାଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗ୍ରାମ ନିକଟରେ ଥିବା ପୁଣ୍ୟତୋୟା ଭାର୍ଗବୀ ନଦୀରୁ ଗ୍ରାମର ୩୧ଜଣ ଯୁବକ ମହିଳା ମାନେ ସ୍ରୋତୀୟ ବାହ୍ମଣ ମାନଙ୍କ ଦ୍ୱାରା ଅଭିମନ୍ତ୍ରିତ କଳସ ଯଜ୍ଞ ମଣ୍ଡପକୁ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଆସିଥିଲେ । ଯଜ୍ଞମଣ୍ଡପରେ କଳସ ସ୍ଥାପନ କରାଯିବା ପରେ ଯଜ୍ଞକୁଣ୍ଡରେ ଅଗ୍ନିସ୍ଥାପନ କରାଯାଇଥିଲା । ଗ୍ରାମରେ ଚାରିଦିନ ଧରି ଆମିଷ ନିଷେଧ ସହିତ ହବିଷଅନ୍ନରେ ରହିଥିଲେ । ଘର ଆଗରେ ପୂର୍ଣ୍ଣକୁମ୍ଭ ସହିତ ଝୋଟି ଓ ପ୍ରଦୀପ ଜଳିଥିଲା ।  ଶିବ ପଞ୍ଚାକ୍ଷର, ଶିବ ପୁରାଣ ଓ ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ଗ୍ରାମରେଏକ ଆଧାତ୍ମିକ ସୃଷ୍ଟି ହୋଇଥିଲା । ଏଥିରେ ମୁଖ୍ୟ ପୁରୋହିତ ଭାବେ ବିଜୟ କୁମାର ମହାପାତ୍ର ଓ ତାଙ୍କ ସାଥୀ ରହିଥିବା ବେଳେ  କର୍ତ୍ତା କର୍ତ୍ତା ରମେଶ ଚନ୍ଦ୍ର ମହାପାତ୍ର ଓ ସରସ୍ୱତୀ ମହାପାତ୍ର ରହିଛନ୍ତି । ଗ୍ରାମବାସୀ ମାନଙ୍କର ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର କୁମାର ସେନାପତି, ୧୦/୫/୨୦୨୫---୭,୧୦    Sakhigopal News, 10/5/2025

Blog Archive

Popular Posts