କୋଣାର୍କରେ କଂଗ୍ରେସ ପଷରୁ ସାମ୍ବାଦିକ ସମ୍ମଳନୀ
କୋଣାର୍କ --- କୋଣାର୍କ ର ବିଭିନ୍ନ ସମସ୍ୟା ସହ ୬ ଦଫା ଦାବି ନେଇ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦାବି ଗୁଡିକ ମଧ୍ଯରେ କୋଣାର୍କ ଡାକ୍ତରଖାନା କୁ ଡାକ୍ତର ଦିଆଯାଉ ଓ C H C ଅନ୍ତର୍ଭୁକ୍ତ କରାଯାଉ, କୋଣାର୍କ ଅଞ୍ଚଳର ବ୍ଯବସାୟ ମାନଙ୍କୁ ଥଇଥାନ ,କୋଣାର୍କ ଭଗବତୀ ବିଦ୍ୟାଳୟ ନାମରେ ଜମି ନଥିବାରୁ ତୁରନ୍ତ ସରକାରୁ ଜମି ଯୋଗାଇ ଦିଆଯାଉ, କୋଣାର୍କ ଓ ଆଖପାଖ ପଞ୍ଚାୟତ ର ଜମିଯମା ସମସ୍ୟା କୁ ଦୁର କରାଯାଉ,କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ରେ ବ୍ଙ୍ଗୀୟ ଯୁବତି ର ଗଣ ଦୁଷ୍କର୍ମ ଘଟଣା ର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରାଯାଉ, ଷଷ୍ଠ ଦାବି ବିଯୁ ସ୍ୱାସ୍ଥ୍ୟ ଯୋଜନା ରେ ବିଭିନ୍ନ ଗରିବ ଲୋକମାନଙ୍କୁ ପଞ୍ଜିକୃତ କରଯାଉ। ଏନେଇ ପୁରୀ ଜିଲ୍ଲାପାଳ, ଏସପି, ଭୁବନେଶ୍ୱର ସ୍ୱାସ୍ଥ୍ୟ ସମ୍ପଦ, ଓଡ଼ିଶା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ,ଓଡିଶା ରାଜ୍ୟ କମିଶନର, ଏଡିଏମ୍ ପୁରୀ କୁ ଲିଖିତ ଅଭିଯୋଗ ଜଣାଇଛି । ୨୫ ଦିନ ଭିତରେ ଉକ୍ତ ଦାବୀ ଗୁଡିକ ପୁର୍ନ ବିଚାର ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିମାପଡାରୁ ଯୁବ କଂଗ୍ରେସ ର ସାଧାରଣ ସମ୍ପାଦକ ବିଶ୍ଵ ଭୁଷଣ ଦାସ କହିଛନ୍ତି।
ନିମାପଡାରୁ। ଜୟନ୍ତ କୁମାର ସେଠୀ
Konark Congress pakheru press mit