Breaking News

ବାଲିଗୁଡାରେ ବିଜେଡିର ଜନସମ୍ପକ ପଦଯାତ୍ରା

କନ୍ଦମାଳ--                                                                       
କନ୍ଧମାଳ ଜିଲ୍ଲା ବାଲିଗୁଡା ସଭାଗୃହ ପରିସରରେ ବେଜେଡି ଦଳ ତରଫରୁ ଏକ ଜନ ସମ୍ପର୍କ ପଦଯାତ୍ରା ସଭା ଅନୁଷ୍ଟିତ ହୋଇଯାଇଛି । ବିଜେଡି ବ୍ଲକ ସଭାପତି ଶ୍ରୀ ଟୁନା ଦାଶ ଙ୍କ ନେତୃତ୍ବରେ ହଜାର ହଜାର ବିଜେଡ଼ିକର୍ମୀ ଏକଜୁଟ ହୋଇ ସ୍ଥାନୀୟ ମିନି ଷ୍ଟାଡିୟମ ପାଖ ବିଜେଡି ଅଫିସ ଠାରୁ ଶୋଭାଯାତ୍ରା ବାହାରଥିଲା  । ରାଜ୍ଯ ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନା  ଗୁଡିକୁ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିଥିଲେ ।ଶେଷରେ  ସ୍ଥାନୀୟ ସଭାଗୃହ ପରିସରରେ  ଆୟୋଜିତ ସଭାରେ   ପଦଯାତ୍ରା ରେ ସାମିଲ ହୋଇଥିବା ବିଧାୟକ  ରାଜୀବ ପାତ୍ର, ପର୍ଯବେକ୍ଷକ ଶ୍ରୀ ବିକ୍ରମ ପଣ୍ଡା, ଏନ, ଏ ସି  ଚେୟାରମ୍ୟାନ ମମତା ବେହେରା, ଏନ, ଏ, ସି ର ଭାଇସ ଚେୟାରମ୍ୟାନ ଲୋକନାଥ ପାଢୀ, ଜିଲ୍ଲା ସଭାପତି ସରୋଜ କର୍ଣ,ପ୍ରତି ୱାର୍ଡ ର କାଉନସିଲର ଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହି ଏହି  ଜନ ସମ୍ପର୍କ ପଦଯାତ୍ରା ର ମୁଖ୍ଯ ଉଦେଶ୍ୟ  ସହ ଆଗାମୀ ନିର୍ବାଚନ ରେ କିଭଳି ଦଳକୁ ସୁଦୃଢ ଓ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ ।   ଜନ ସମ୍ପର୍କ ପଦଯାତ୍ରା ରେ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ଦୁଇରୁ ତିନି ହଜାରରୁ ଅଧିକ କର୍ମି ଯୋଗ ଦେଇଥବା ବେଳେ କିଛି ବିଜେପି କର୍ମୀ ଉଚ୍ଛାହିତ ହୋଇ ବିଜେଡି ରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।
କନ୍ଧମାଳରୁ ମନୋଜ କୂମାର ପଣ୍ଡା

BJD Jana samparka padajatra

Blog Archive

Popular Posts