ବେଆଇନ ଗୁଟୁକା କାରବାରର ପେଣ୍ଠସ୍ଥଳୀ ସାକ୍ଷୀଗୋପାଳ
ସାକ୍ଷୀଗୋପାଳ ---- ସତ୍ଯବାଦୀ ଥାନା ଅଧୀନରେ ଥିବା ବଜାର ଓ ବିଭିନ୍ନ ଗ୍ରାମ ଛକରେ ଥିବା ଦୋକାନ ମାନଙ୍କରେ ବେଧଡକରେ ଚାଲିଛି ବିଭିନ୍ନ କମ୍ପାନୀର ଗୁଟୁକା ବେପାର । ସାକ୍ଷୀଗୋପାଳ ଥିବା ହୋଲସେଲ ଗୋଦାମରେ ଲକ୍ଷ ଲକ୍ଷ ଟଙ୍କାର ଗୁଟୁକା ଏବେ ଗଛିତ ଅଛି । ସ୍ବାସ୍ଥ୍ଯ ବିଭାଘ ପକ୍ଷରୁ ଦୁଇ ବର୍ଷ ତଳେ ପାନ ଦେକାନ ଉପରେ ଚଡାଉ କରି କିଛୀ ଫାଇନି ଆଦାୟ କରାଯାଇଥିଲା ।ଏବେ ଆଊ ସେ ବାବୁ ମାନଙ୍କର ଦେଖାନାହିଁ ନା ବଟି ପାଇଁ ଏହି ଚଡାଉ କରାଯାଇଥିଲା ବୋଲି ଆଲୋଚନା ହୋଉଛି । ସବୁଠାରେ ବେଆଇନ ଗୁଟୁକା କାରବାର ଜୋରଧରିଛି । ଆଗକୁ ସତ୍ୟବାଦୀରେ ଅଁଳାନବମୀ ଯାତ୍ରା ଅନୁଷ୍ଠିତ ହେବ । ଏହାକୁ ନଜର କରି ହୋଲସେଲ ଦୋକାନି ମାନେ ଅଧିକ ପରିମାଣର ଗୁଟୁକା ମଗାଇଛନ୍ତି । ପୁରୀ ଜିଲ୍ଳାପାଳ ତୁରନ୍ତ ସାକ୍ଷୀଗୋପାଳ ହୋଲସେଲ ଦେକାନ ଊପରେ ଚଡାଉ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ନିବେଦନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ।