Breaking News

ବିଲରେ ପଡିଛି ମଣିଷର ଖପୁରୀ ଓ ହାଡ

ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ ମୋଟରୀ ଗ୍ରାମ ପଞ୍ଚାୟତର ଗହୀର ବିଲରେ ଏକ ମଣିଷର ଖପୁରୀ , ହାଡ ଓ ଶୁଖିଲା ମାଂସ ସହିତ ପିନ୍ଦାବସ୍ତ । ଏହି ପିନ୍ଦାବସ୍ତକୁ ନଜର କଲେ ଜଣେ ଯୂବକର ବୋଲି ଅନୂମାନ କରାଯାଉଛି । ସୂଚନାଯୋଗ୍ଯ୍ ଯେ ପୁରୀ --- ଖୋର୍ଦ୍ଧା ରେଳଧାରଣାର  ୪୬୨/୧୪ ଖୁଣ୍ଠ ଠାରୂ ଅଳୄପ ଦୂରରେ ଖପୁରୀ ଓ ହାଡ ପଡିଛି । ଖପୁରୀ ହାଡ ପଡିଥିବା ଯାଗାରେ ଏକ କୀଟନାଶକ ଔଷଧ ଡବା ପଡିଛି ।  ଏହି ଖବର ପ୍ରସାରିତ ହେବା ପରୈ ଘଟଣା ସ୍ଥଳରେ ଲୋକମାନଙ୍କର ଗହଳି ଲାଗିଛି । ସ୍ଥାନୀୟ  ପୋଲିସ ପଡିଥିବା ଖପୁରୀ , ହାଡ ଓ ମାଂଶ ଜବତ କରି ତଦନ୍ତ କଲେ ପକୃତ ରହସ୍ଯ ବାହିରି ପାରନ୍ତା ବୋଲି ଜନସାଧାରଣରେ ଦାବି ହୋଉଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Ghairbilaer padiche  manisar kapuri had

Blog Archive

Popular Posts