ଦାରିଙ୍ଗିବାଡିରେ ମୃଦ୍ର ଭୂମିକମ୍ପ ଅନୁଭୂତି : ଜଣସାଧାରଣ ଆତଙ୍କିତ
କନ୍ଧମାଳ ---- କନ୍ଧମାଳ ଜିଲ୍ଳା ଦାରିଙ୍ଗିବାଡିରେ ଶନିବାର ପୂର୍ବାହ୍ନ ୧୦ଟା ୩୧ ମିନିଟରେକିଛି ସେକେଣ୍ଡ ପାଇଁ ମୃଦ୍ର ଭୂମିକମ୍ପ ଅନୁଭୂତି ହୋଇଛି । ଫଳରେ ଲୋକମାନେ ଭୟରେ ଖୋଲା ଯାଗିକୁ ଦୌଡିକି ପଳାଇ ଆସିଥିବାର ଦେଖାଯାଇଥିଲା । ସୂଚନା ଯୋଗ୍ଯ ଯେ ଦାରୀଙ୍ଗିବାଡି ଠାରେ ଦୁଇ ଦିନିଆ ଶାନ୍ତି ମହୋସ୍ବ ଅନୁଷ୍ଠିତ ହୋଉଛି । ଏହି ଯାତ୍ରାରେ ଜିଲ୍ଳା ଓ ଜିଲ୍ଳା ବାହାରୁ ହଜାର ହଜାର ସଂଖ୍ଯାରେ ଲୋକମାନେ ମହୋସ୍ଥବ ପଡିଆରେ ପହଞ୍ଚିଛନ୍ତି । ଏହି ମୃଦୁ ଭୃମିକମ୍ପ ଯୋଗୁ ଶାନ୍ତି ଯାତ୍ରାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ଯରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଜି ସୃଷ୍ଟି ହୋଇଥିବା ମୃଦୁ ଭୂମିକମ୍ପର ତୀବ୍ରତା ଜଣାପଡିନାହିଁ ।ଉକ୍ତ ଅଞ୍ଚଳରେ ବିଗତ ଦିନରେ ଏକାଧିକ ଥର ଭୂମିକମ୍ପ ହୋଇଥିବା ନଜର ରହିଛି । ଆଜିର ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
Murdhu bhumikmpa darinigidabiera