Breaking News

ଦୁଇ ବଖରା ଘର ଜଳିଗଲା

ସାକ୍ଷୀଗୋପାଳ  -----  ସତ୍ଯବାଦୀ ଥାନା ଅନ୍ତର୍ଗତ  ଭଟପୁର ଗ୍ରାମର ବେହେରା ସାହିରେ ଅଗ୍ନିକାଣ୍ଡ ଘଟି ପ୍ରହଲ୍ଳାଦ ବେହେରାଙ୍କ  ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଘରେ ଥିବା ଆସବାପତ୍ର ସହ ଚାଉଳ, ବାସନକୁସନ ଓ ନଗଦ ଟଙ୍କା ସହ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପର୍ତ୍ତି ପୋଡି ପାଉଁଶ ହୋଇ ଯାଇଛି । ଖବର ପାଇ ସତ୍ଯବାଦୀ ଅଗ୍ନଶମ ବିଭାଗର ରୋହିତ ନାୟକଙ୍କ ନେତୃତ୍ବରେ ଦୁଇଟି ଗାଡି ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲେ  ।  ଅଗ୍ନିକାଣ୍ଣ୍ତର କାରଣ ସଠିକ କାରଣ ଜଣିପଡି ନାହିଁ  । ସତ୍ଯବାଦୀ ତହସିଲଦାର କସ୍ତୁରୀ ପ୍ରଧାନ   ଓ ସମାଜ ସେବୀ ସୁରେଶ କୁମାର ସାହୁ ପ୍ରମୁଖ ଅଗ୍ନିବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ସହ୍ୱ ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ସଯୋଗ  ପାଇବେ ବୋଲି କହିଛନ୍ତି । ଅନ୍ଯପକ୍ଷେ ବ୍ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ଜିଲ୍ଳାପରିଷଦ ସଭ୍ଯ ପ୍ରହଲ୍ଳାଦ ଘଟୁଆରୀ , ସମାଜସେବୀ ଶଙ୍କର ପ୍ରଧାନ , ସୁରେଶ କୁମାର ସାହୁ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି  ପଲିଥିନି ପାଲ ଯୋଗାଇ ଦେଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
DUI BAKHARA GHARA JALIGALA
BY - DHIRENDRA SENAPATI ( SAKHIGOPAL )

Blog Archive

Popular Posts