ଲରମ୍ଭାରେ ସାଇବର ସଚେତନ ରଥ
ବରଗଡ଼ ---ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତାବିରା ଥାନା ଲରମ୍ଭା ଛକ ଠାରେ ସାଇବର ସଚେତନ ରଥକୁ ଲୋକବାଦ୍ୟ ସହ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସଂପ୍ରତି ସାଇବର ଅପରାଧକୁ ଦୃଷ୍ଟିରେ ରଖି ଲୋକ ମାନଙ୍କୁ ସଚେତନ କରିବା ଭ୍ରାମ୍ଯମାଣ ରଥର ଲକ୍ଷ୍ୟ । ଏହି ଅବସର ରେ ଲରମ୍ଭା କଲେଜର ଛାତ୍ରଛାତ୍ରୀ ସମେତ ଅଂଚଳର ଅଧିବାସୀ ମାନେ ଯୋଗଦେଇ ପରିବେଷିତ ଭିଡିଓ କୁ ଉପଭୋଗ କରିଥିଲେ ।
ଏଥିରେ ବହୁ ସଚେତନ ବାର୍ତା ରହିଥିଲା । ମୁଖ୍ୟତଃ ଆଧୁନିକ ଯୁବ ପିଢି ଅନଲାଇନ ମୋବାଇଲ ମାଧ୍ୟମରେ କିପରି ଠକାମିର ଶିକାର ହେଉଛନ୍ତି ତାହା ଜାଣିପାରିଥିଲେ । କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ ଭୋଇ , ଅଧ୍ୟାପକ ଡଃ ଅଜିତ ନାଥ, ପବିତ୍ର ମାହାଣା, ପାଟମଞ୍ଜରୀ ସାହୁ, ଲିଙ୍ଗରାଜ ପୋଢ , ଡି ଏସ.ପି ନିବେଦିତା ମାଡମ ,ଅତାବିରା ଥାନାଧିକାରୀ ସୁକୁମାର ତ୍ରିପାଠୀ , ଗୋଡଭଗା ଫାଣ୍ଡି ଅଧିକାରୀ କୈଳାସ ପ୍ରଧାନ ସମତେ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଲରମ୍ଭା ଗ୍ରାମର ବିଜୟ ପଣ୍ଡା ଓ ପ୍ରଶାନ୍ତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୧୦/୨୦୨୩----୮,୧୦ Sakhigopal News,3/10/2023