Breaking News

ଅବକାରୀ ବିଭାଗ ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ଚଢାଉ , ଚୋରାମଦ ଜବତ - ୫ ଗିରଫ



ଭଞ୍ଜନଗର - ଭଞ୍ଜନଗର ବୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଚଢାଉ ବେଳେ ୨୩୨ ଲିଟର ଦେଶୀ ଚୋରା ମଦ୧୧.୩୫୦ମିଲି ଗ୍ରାମ ବିଦେଶୀ ମଦ ସହ୨ଟି ବାଇକ୍ ଜବତ କରାଯାଇଛି  । ଏହା ସହ ଚୋରାମଦ ଓ ବିଦେଶୀ ମଦ କାରବାର   କରୁଥିବା ଅଭିଯୋଗ ରେ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତାରସିଂ ଥାନା ଅନ୍ତର୍ଗତ ତିନିଛକିଆ ଗ୍ରାମର ପ୍ରାର୍ଥୀସାରଥୀ ବିଷୋୟୀ, ଭଞ୍ଜନଗର ଥାନା ଅନ୍ତର୍ଗତ ପହଣ୍ଡାଛକର କାଳୁ ନାୟକ ଓ ନାହାତୋଟା ସାହିର ଏ କାଳି,ବେଲଗୁଣ୍ଠI ଥାନା ଅନ୍ତର୍ଗତ ଧୁମୁଛାଇ ଗ୍ରାମର ସୁନିଲ ନାହକ ଓ ରତଙ୍ଗ ଗ୍ରାମର ଶୁଭକାନ୍ତ ନାୟକ  ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢ଼ାଉ ରେ ଅବକାରୀ   ଏସଆଇ - ଅଲିଭା ମାଝି ,ରାମେଶ୍ବର ବେହେରା, ଭବାନୀ ବେହେରା ,ନିରଞ୍ଜନ ବେହେରା, ସନାତନ ନାହକ ସୁବଳ ପ୍ରଧାନ , ଜଗନ୍ନାଥ ମହାପାତ୍ର , କୃଷ୍ଣଚନ୍ଦ୍ର ସେଠୀ , ସ୍ବାଧୀନ ସାହୁ,ନିରଞ୍ଜନ ଶବର,ମନ ରଞ୍ଜନ ସେଠୀ,ନିରଞ୍ଜନ ବେହେରା,ଜ୍ୟୋତି ରଞ୍ଜନ ସ୍ବାଇଁ,ଜ୍ୟୋତି ସାହୁ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୦/୨୦୨୩---୯,୩୫ Sakhigopal News,20/10/2023

Blog Archive

Popular Posts