Breaking News

ତହସିଲ,ମାଫିଆ ସଲା ସୁତୁରାରେ ଚାଲିଛି ପଥର ଓ ମୋରମ୍ ଲୁଟ

 

ଖୋର୍ଦ୍ଧା-ଜଟଣୀ----ଜଟଣୀ ତହସିଲ ଅଞ୍ଚଳରେ ଖୁଲମ୍ ଖୁଲା ଚାଲିଛି ମାଙ୍କଡ଼ା ପଥର ଓ ମୋରମ ଲୁଟ୍। ଅଞ୍ଚଳବାସି ଙ୍କ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ସୂଚନା ଓ ଅଭିଯୋଗ ସତ୍ତ୍ୱେ ହେଉନାହିଁ କାର୍ଯ୍ୟାନୁଷ୍ଠାନ। ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସିଙ୍କ ଦାବୀ।

ପ୍ରାପ୍ତ ସୂଚନା ଅନୁଯାୟୀ ଜଟଣୀ ତହସିଲ ଅଞ୍ଚଳରେ ଖୋଲମ୍ ଖୁଲା ଚାଲିଛି ମାଙ୍କଡ଼ା ପଥର ଓ ମୋରମ ଲୁଟ। ଛତାବର, ଗଙ୍ଗପଡ଼ା, ବେଣାପଞ୍ଜରି, ବୁଢ଼ଙ୍ଗରା, ଷଣ୍ଢପୁର'ରାମଚନ୍ଦ୍ର ପୁର(ଶିଞ୍ଚୁରିଆନ କଲେଜ ସାମ୍ନା) ପ୍ରଭୃତି ମୌଜାରେ ମାଫିଆ ମାନେ ଏକର ଏକର ଜଙ୍ଗଲ ଓ ଗୋଚର ଜମିରୁ ପଥର କାଟିବା ସହିତ ମୋରମ ଲୁଟ୍ କରିଚାଲିଛନ୍ତି। ଅଞ୍ଚଳବାସି ଏ ସମ୍ପର୍କରେ ଜଟଣୀ ତହସିଲ କାର୍ଯ୍ୟାଳୟରେ ବାରମ୍ବାର ସୂଚନା ଓ ଅଭିଯୋଗ କରିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ।ଏ'ପରିକି ଉପର ଠାଉରିଆ ବା'ଲୋକ ଦେଖାଣିଆ ଭାବେ କା'ଭାଁ ଖଣି ବା ମୋରମ ଚୋରି ହେଉଥିବା ଅଞ୍ଚଳକୁ ଯାଇ ଅଧିକାରୀ ମାନେ ଚଢ଼ାଉ କରନ୍ତି ସତ । ମାତ୍ର ଚଢ଼ାଉ ପୂର୍ବରୁ ମାଫିଆ ମାନଙ୍କୁ ସୂଚନା ମିଳିଯାଉଛି । ଯାହାଦ୍ୱାରା ତହସିଲ ଅଧିକାରୀ ମାନେ ଲୋକ ଦେଖାଣିଆ ଚଢ଼ାଉ କରି ଫେରିଯାଇ ସଫେଇ ଦିଅନ୍ତି। ଆମେ ଖବର ପାଇ ଚଢ଼ାଉ କରିଥିଲୁ କିନ୍ତୁ କିଛି ପାଇଲୁ ନାହିଁ। କିନ୍ତୁ ଅସଲ ଗୁମର କଥା ହେଉଛି "ମିଲି ଭଗତ"ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଯେଉଁ ଅଞ୍ଚଳରେ ଚୋରା ମୋରମ,ପଥର କଟା ଯାଉଛି ତା'ର ଅନତି ଦୂରରେ ରହିଛି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ହେଲେ କୌଣସି ଠାରେ ରାଜସ୍ବ ନିରୀକ୍ଷକ ମାନେ ରୋକିବା ହେଉ କି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ନଜିର ନାହିଁ।ଖାଲି ସେତିକି ନୁହେଁ ତହସିଲ କାର୍ଯ୍ୟାଳୟ ଓ ମାଫିଆଙ୍କ ସଲା'ସୁତୁରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଟଣୀ ତହସିଲ ଅନ୍ତର୍ଗତ ତରାବୋଇ ରାଜସ୍ୱ ନିରୀକ୍ଷକ ଅଞ୍ଚଳର "ଆମ୍ବଠଣା ମୁଣ୍ଡିଆରେ"।ଏହି ମୁଣ୍ଡିଆରୁ ପ୍ରାୟ ଶହ ଶହ ଟ୍ରିପ ମୋରମ ମାଫିଆ ମାନେ ତାଡ଼ି ନେଇ ଗଲେଣି। ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ ମଧ୍ୟ କରିଛନ୍ତି ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏକଦମ ଶୂନ୍ୟ।
ଏହି ଆମ୍ବଠଣା ମୁଣ୍ଡିଆ ଅଞ୍ଚଳଟି ଘଞ୍ଚ ଜଙ୍ଗଲ ମଧ୍ୟରେ ହୋଇଥିବାରୁ ମାଫିଆ ମାନେ ବିଳମ୍ବିତ ରାତିରେ ହାଇଡ୍ରା ଓ ଜେସିପିରେ ଖୋଳି ଟ୍ରାକ୍ଟର,ହାଇୱା ଯୋଗେ ଚାଲାଣ କରୁଛନ୍ତି।ଫଳରେ ଲୋକେ ମାଫିଆଙ୍କ ସାମ୍ନା ବା ବିରୋଧ କରିବା ସହଜ ସାଧ୍ୟ ନୁହେଁ।
ହେଲେ ଯା'ହେଉ ଗତକାଲି ରବିବାର ବିଳମ୍ବିତ ରାତିରେ ଆମ୍ବଠଣା ମୂଣ୍ଡିଆରେ ମାଫିଆ ମାନେ ମୋରମ ଖୋଳୁଥିବା ସମୟରେ ଗ୍ରାମବାସୀ ମାନେ ପ୍ରଥମେ ତହସିଲ ଏବଂ ପୋଲିସକୁ ସୂଚନା ଦେଇଥିଲେ । ହେଲେ କେହି ନ'ଆସିବାରୁ ଶତାଧିକ ଗ୍ରାମବାସୀ ଓ ବଜରଙ୍ଗ ଦଳର କର୍ମୀମାନେ ଏକତ୍ରିତ ହୋଇ ଆମ୍ବଠଣା ମୁଣ୍ଡିଆ ଆଳକୁ ଯାଉଥିବା ବେଳେ ମାଫିଆ ମାନେ ଜାଣିପାରି ଜେସିପି,ହାଇଡ୍ରା, ଟ୍ରାକ୍ଟର ଓ ହାଇୱା ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।ହେଲେ ଏହି ସମୟରେ ଏକ ହାଇୱା ଗାଡ଼ି OR05AM 8204 ଅଧା ଲୋଡଥାଇ, ଡ଼୍ରାଇଭର ଶହ ଶହ ଲୋକଙ୍କୁ ଦେଖି ଛାନିଆରେ ଭୁଲ୍ ବାଟରେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ହାଇୱାଟି ଏକ ଖାଲ ମଧ୍ୟକୁ ଓଲଟି ପଡ଼ିଥିଲା। ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ପୋଲିସ୍ ଏବଂ ତହସିଲଦାରଙ୍କୁ ଜଣାଇଥିଲେ । ହେଲେ ପୋଲିସ୍ ରାତିରେ ଘଟଣା ସ୍ଥଳକୁ ଆସିଲେ ସତ ।ହେଲେ"କିଂ କର୍ତ୍ତବ୍ୟ ବି ମୁଢ଼" ରାତିରୁ ଗାଡ଼ିଟିକୁ ଜଗିଛି ପୋଲିସ। ହେଲେ ତହସିଲ ବିଭାଗର ଅଧିକାରୀ ମାନଙ୍କର ଦେଖାନାହିଁ। ଆଇନ୍ ଅନୁସାରେ ତହସିଲ ଅଧିକାରୀ ପହଞ୍ଚି ଗାଡି ସିଜ୍ ହେଉ  ଜୋରିମାନା କରିବା କଥା,ହେଲେ ଘଟଣାକୁ ଦୁଇଦିନ ହେଲାଣି କିନ୍ତୁ ତହସିଲଦାର କି ତହସିଲ୍ କାର୍ଯ୍ୟାଳୟର କାହାରି ଦେଖାନାହିଁ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି "ମାଫିଆ,ତହସିଲ୍ ସଲା,ସୁତୁରା"ଏ ସମ୍ପର୍କରେ ଜଟଣୀ ତହସିଲଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ।ଖୋର୍ଦ୍ଧା ଜିଲ୍ଲାପାଳ ଜଟଣୀ ତହସିଲ ଅଞ୍ଚଳରେ ଚାଲିଥିବା ଏହି ଖଣି,ମୋରମ ଲୁଟ୍ ଅଞ୍ଚଳରେ ଦୃଷ୍ଟି ଦେଲେ କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ ହେବବୋଲି ସାଧାରଣରେ ଦାବୀ ହେଉଛି।
ଖୋର୍ଦ୍ଧା --ଜଟଣୀ ରୁ 
ଇ ଫତେଖାର ଅଲ୍ଲୀ ଙ୍କ ରିପୋର୍ଟ,୧୭/୧୦/୨୦୨୩---୬,୧୦ Sakhigopal News,17/10/2023

Blog Archive

Popular Posts