ଲରମ୍ଭା କଲେଜ ଖେଳ ପଡିଆରେ ଆନ୍ତଃମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ବରଗଡ଼ --- ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଖେଳପଡିଆ ଠାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଆନୁକୂଲ୍ଯରେ ଆନ୍ତଃମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଏହା ଦୁଇଟି ଜୋନରେ ତିନି ଦିନ ଧରି ଅନୁଷ୍ଠିତ ହେବ । ଜୋନ- A ରେ ଲରମ୍ଭା ମହାବିଦ୍ୟାଳୟ ଲରମ୍ଭା ଓ ଜୋନ- B ରେ ନୀଳଶୈଳ ମହାବିଦ୍ୟାଳୟ ରାଉରକେଲା ଠାରେ ସମସ୍ତ ଖେଳ ଅନୁଷ୍ଠିତ ହେଉଥିବା ବେଳେ ୧୪ ତାରିଖରେ ଏହାର ଫାଇନାଲ୍ ମ୍ଯାଚ ଲରମ୍ଭା କଲେଜ ଠାରେ ଅନୁଷ୍ଠିତ ହେବ। ଉଦଘାଟନୀ ଉତ୍ସବରେ ସମ୍ବଲପୁର ବିଶ୍ବବିଦ୍ଯାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର , କୁଳସଚିବ ଡଃ ନୃପରାଜ ସାହୁ, କ୍ରୀଡାଧିକାରୀ ଶ୍ରୀ ଅବିନାଶ କର, କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ , ପୂର୍ବତନ କ୍ରୀଡା ଅଧ୍ୟାପକ ଶ୍ରୀ ରମଣିରଂଜନ ସାହୁ, ଶ୍ରୀ ଚିତ୍ତରଂଜନ ଛନ୍ଦ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଖେଳପରିଚାଳକ ଭାବରେ ବରଗଡ ଫୁଟବଲ ସଂଘର ଶିବାନନ୍ଦ ଦାଶ, ଅନିଲ ବାଗ, ଦିପେଶ ପ୍ରଧାନ, ବଣ୍ଟି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଭୁଏ, ରାଜେନ୍ଦ୍ର ଭୁଏ ଯୋଗ ଦେଇ ଖେଳ ପରିଚାଳନା କରୁଛନ୍ତି ।
ଚଳିତ ମ୍ଯାଚ ଜୋନ A ରେ୨୨ ଟି କଲେଜ ଖେଳିବେ । ପ୍ରଥମ ଦିବସରେ ୮ଟି ମେଚ ମଧ୍ୟରୁ କୁଲୁଣ୍ଡି କଲେଜ, ଚିଚିଣ୍ଡା କଲେଜ, ଏନ.ଏ.ସି. ବୁର୍ଲା, ପିଜି କାଉନସିଲ ବୁର୍ଲା, ବରପାଲି କଲେଜ, ବୈାଦ୍ଧ ପଂଚାୟତ କଲେଜ, ମଡେଲ ଡିଗ୍ରି କଲେଜ ବୈାଦ୍ଧ ଓ ଧମା କଲେଜ ବିଜୟ ଲାଭକରି ଦ୍ବିତୀୟ ପର୍ଯ୍ୟାକୁ ଯାଇଛନ୍ତି। ମହାବିଦ୍ୟାଳୟର କ୍ରୀଡା ସଂପାଦକ ଶ୍ରୀ ପବିତ୍ର ମାହାଣା ସହ ସଂପାଦକ ଶ୍ରୀ ସିଦ୍ଧେଶ୍ବର ପ୍ରଧାନ, ଆୟୋଜିତ କମିଟିର ସରୋଜ କୁମାର ନାୟକ, ମନରଂଜନ ତ୍ରିପାଠୀ , ଡଃ ଅନ୍ତର୍ଯ୍ୟାମୀ ବେହେରା, ଶ୍ରୀ ପ୍ରମୋଦ ଚନ୍ଦ୍ର ସେଠ, ଶ୍ରୀ ସୁଶିଲ ମହାକୁର ସମେତ ଡଃ ଦିଗମ୍ବର ଚାନ୍ଦ, ପ୍ରଫେସର ଅଶୋକ ମହାନ୍ତି, ମୁକେଶ ଧାନୁକା, ପ୍ରଦୀପ ପଣ୍ଡା, କେଶବ ପଢିଆର , ଗୋବିନ୍ଦ ପୋଢ, ବିଦେଶୀ ଛନ୍ଦ, ଭରତ ବିହାରୀ ପଣ୍ଡା, ରଜତ ସାହୁ ଗିରିଧାରୀ ପୁଟେଲ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୧୨/୧୦/୨୦୨୩----୮,୫୦ Sakhigopal News,12/10/2023