Breaking News

ମୋ ସହରରେ ଦେଖିବାକୁ ମିଳିଛି ବେସାହାରା ମଣିଷର ବିକଳ ଚିତ୍ର , ସାମାଜିକ କର୍ମୀ, ସମାଜ ସେବୀ, ନେତା ଏବଂ ଏନଜିଓ ସଂସ୍ଥା କାହାରି ଦେଖାନାହିଁ, ଆଗେଇ ଆସିଲେ ପୋଲିସ ଅଧିକାରୀ



ଜଟଣୀ --ଜଟଣୀ ପୌରାଞ୍ଚଳ ହାଟବଜାର ଛକ ଠାରେ ମାନସିକ ବିକାର ଓ ଅସୁସ୍ଥ ଯୁବକ ରାସ୍ତା ଉପରେ ବସି ବଞ୍ଚିବା ଆଶାରେ ସାହାଯ୍ୟର ହାତ ମାଗିଥିଲେ ମଧ୍ୟ କେହି ହେଲେ ସାହାଯ୍ୟର କରିବାକୁ ଆଗେଇ ନ ଥିଲେ l ସେହି ରାସ୍ତା ଦେଇ ବିଭିନ୍ନ ସରକାରୀ ବାବୁ, ଜନପ୍ରତିନିଧି, ସମାଜ ସେବୀ, ସାମାଜିକ କର୍ମୀ,ସେଚ୍ଛାସେବୀ ଅନୁଷ୍ଠାନର କର୍ମୀମାନେ  ଯାଇଥିଲେ ମଧ୍ୟ କେହି ଅସହାୟ ଯୁବକକୁ ଉଦ୍ଧାର କରିନଥିଲେ l ଯୁବକଙ୍କ ଆଖିର ଲୁହ ଯେପରି ଥିଲା ସମସ୍ତଙ୍କ ପାଇଁ ଅଲୋଡ଼ା । ଶେଷରେ ଜଣେ ସହୃଦୟ ବ୍ୟକ୍ତି ସେହି ରାସ୍ତାରେ ଯିବା ସମୟରେ ନଜର ପଡିଲା ସେହି ବେସାହାରା ଯୁବକଙ୍କ ଉପରେ l ବ୍ୟକ୍ତି ଜଣଙ୍କ ଯେତେବେଳେ ପାଖକୁ ଯାଇ ପହଁଚିଲେ ସେତେବେଳେ ଯୁବକଟି ଖୁସି ହୋଇ ବଞ୍ଚିବାର ସାହାଯ୍ୟ ଟିକେ ମାଗିଥିଲା l ବ୍ୟକ୍ତି ଜଣକ ଏହି ଘଟଣାକୁ ସୋସିଆଲ ମିଡିଆରେ ଛାଡି ଭାଇରାଲ କଲା ପରେ ମଧ୍ୟ ସ୍ଥାନୀୟ ଏନଜିଓ ସଂସ୍ଥାର କର୍ମଚାରୀ ବା ଅଧିକାରୀ ମାନେ ଜାଣିମଧ୍ୟ ଅଣଦେଖା କଲେ l ନିଜକୁ ଜଣେ ଜଣେ ସାମାଜିକ କର୍ମୀ ବୁଲାଉଥିବା ଭଦ୍ର ବ୍ୟକ୍ତି ମଧ୍ୟ ଏହି ଘଟଣାକୁ ଆଖି ବୁଜି ଦେଲେ l ତେବେ ସହରରେ ଗଢି ଉଠିଥିବା ଏନଜିଓ ସଂସ୍ଥା କାହା ସ୍ୱାର୍ଥରେ l ଶେଷରେ ଜଟଣୀ ପୋଲିସ ଅଧିକାରୀ ଯୁବକ ଜଣକୁ ଉଦ୍ଧାର କରି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସୁସ୍ଥ କରାଇଥିଲେ l ସ୍ଥାନୀୟ ଅଂଚଳର କୌଣସି ଏନଜିଓ ସଂସ୍ଥା ଯୁବକ ଜଣକୁ ସାହାରା ଦେବାପାଇଁ ସହଯୋଗର ହାତ ନ ବଢ଼ାଇବାରୁ ଶେଷରେ ସ୍ଥାନୀୟ ପୋଲିସ ଖୋର୍ଦ୍ଧା ରୋଡ ଷ୍ଟେସନରେ ଛାଡ଼ିଥିବାର ଚୁଚନା ମିଳିଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୧୦/୨୦୨୩---୯,୪୫ Sakhigopal News,14/10/2023

Blog Archive

Popular Posts