Breaking News

ବୈଇପୁର ମା ମାହେଶ୍ୱରୀ ମନ୍ଦିର ରେ ଷୋହଳ ପୂଜା ଆରମ୍ଭ



ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ମାନପୁର ଗ୍ରାମ ପଞ୍ଚାୟତ ବୈଇପୁର ଗ୍ରାମ ର ମା ମାହେଶ୍ୱରୀ ମନ୍ଦିର ରେ ଷୋହଳ ପୂଜା ଆରମ୍ଭ ହୋଇଯାଇଛି। ଏହି ସମୟରେ ରେ ପୂଜାରୀ ଭାବେ ନବୀନ ଖମାରି, ଘନ ଖମାରି, ଦେବରାଜ ଦେହେରି ଓ ସୋନପୁର ଜିଲ୍ଲା ର ଏକ ପୂଜାରୀ ଙ୍କୁ ଗ୍ରାମବାସୀ ବରଣ କରି ପୂଜାର୍ଚ୍ଚନା କରିଥିଲେ। 
ମା ମାହେଶ୍ୱରୀ ମନ୍ଦିର ନାମ ରେ ଗ୍ରାମବାସୀମାନେ ଏକ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି । ଏହି ଟ୍ରଷ୍ଟ ବୋର୍ଡ ର ସଭାପତି ପ୍ରେମାନନ୍ଦ ଷଣ୍ଡ , ସମ୍ପାଦକ ଟଙ୍କଧର ମହାଲିଙ୍ଗ ରହିଛନ୍ତି।  
ଏହି ଅବସରରେ ଗ୍ରାମ ର ଭଦ୍ରବ୍ୟକ୍ତି ପ୍ରେମରାଜ ଦେହେରି, ଗଣେଶ କର୍ଣ୍ଣ, କିଶୋର ବଗର୍ତ୍ତୀ, ଅଧିକାରୀ ଭୋଇ ଓ ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗ୍ରାମ ସମସ୍ତ ପୁରୁଷ, ମହିଳା ମାନେ ମା ମାହେଶ୍ୱରୀ ପୂଜା ସମୟରେ ସହଯୋଗ କରୁଛନ୍ତି । 
ମା ମାହେଶ୍ୱରୀ ମନ୍ଦିର ସରକାରୀ ସ୍ତ୍ରୀକୃତି ପ୍ରାପ୍ତ ହୋଇଥିବାରୁ ଗ୍ରାମ ରେ ଖୁସି ର ଲହରୀ ଖେଳି ଯାଇଛି।ଷୋହଳପୂଜା ମହାସମାରୋହରେ ଉତ୍ସାହ ଉଦ୍ଦୀପନା ରେ ପାଳିତ ହେଉଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୧୦/୨୦୨୩----୮,୪୫ Sakhigopal News,8/10/2023

Blog Archive

Popular Posts