ସାବିତ୍ରୀ ମହିଳା କଲେଜ ରୂପାନ୍ତରୀକରଣ କାର୍ଯ୍ୟ ଆରମ୍ଭ
ଭଞ୍ଜନଗର---: ବିଦ୍ୟାଳୟ ପରେ ମହାବିଦ୍ୟାଳୟ ଗୁଡିକ ରୂପାନ୍ତରୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହିକ୍ରମରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ରୂପାନ୍ତରୀକରଣ ଏବଂ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଅଢ଼େଇ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆସିଥିବା ଅନୁଦାନରେ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଶେଷ ହେବା ପରେ ଛାତ୍ରୀମାନେ ସ୍ମାର୍ଟ କ୍ଲାସରୁମରେ ବସି ଶିକ୍ଷାର ସୁଯୋଗ ପାଇବେ। ଅତ୍ୟାଧୁନିକ ପାଠାଗାର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ମିଳିବ ବୋଲି ଆଜି ମହାବିଦ୍ୟାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ପ୍ରକାଶ କରିଛନ୍ତି। କମ୍ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ ହେବ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସୁଶାନ୍ତ କୁମାର ମଲ୍ଲିକ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ ଓ ପରିଚାଳନା କମିଟି ସଭାପତି ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୦/୨୦୨୩----୮,୩୫ Sakhigopal News,10/10/2023